Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଥରେ ଦିଲ୍ଲୀରେ ସ୍କୁଲକୁ ମିଳିଲା ବୋମା ଧମକ; ଇ-ମେଲ୍ ଜରିଆରେ ଆସିଛି ଧମକ

ନୂଆଦିଲ୍ଲୀ,୧୦|୧୨: ଦିଲ୍ଲୀରୁ ଏକ ଚାଞ୍ଚଲ୍ୟକର ଖବର ଆସିଛି | ଘଟଣାଟି ଆଜି ସକାଳେ ଘଟିଛି | ପୂର୍ବ ଦିଲ୍ଲୀର ଏକ ନାମୀ ସ୍କୁଲ୍‌କୁ ଆସିଛି ବୋମା ଧମକ । ପୂର୍ବ ଦିଲ୍ଲୀର ମୟୂର ବିହାର ଫେଜ୍-୧ ସ୍ଥିତ ମଦର୍ ମେରି ସ୍କୁଲକୁ ଏକ ବୋମା ସମ୍ପର୍କିତ ଧମକ ଆସିଛି | ଧମକଟି ଇ-ମେଲ୍ ଜରିଆରେ ଆସିଥିବାର ସୂଚନା | ତେବେ ଏହା ପରେ ତୁରନ୍ତ ସ୍କୁଲ୍‌ରୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ନିରାପଦରେ ବାହାରକୁ ବାହାର କରାଯାଇ ସ୍କୁଲକୁ ପୁରା ଖାଲି କରାଯାଇଛି | ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ଦିଲ୍ଲୀ ପୁଲିସ୍ ସହିତ ବମ୍ ଡିସ୍‌ପୋଜାଲ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍, ଫାୟାର ବ୍ରିଗେଡ୍ ଓ ଆମ୍ବୁଲାନ୍ସ୍ ପହଞ୍ଚିଛି । ସ୍କୁଲ ପରିସର ଓ ଆଖପାଖ ଅଞ୍ଚଳକୁ ପୂରା ସିଲ୍ କରି ଦିଆଯାଇଛି । ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ସହ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି । ତେବେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ |

ଗତ କିଛି ମାସ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଏହା ଦଶମଥର ଭାବରେ ସ୍କୁଲ୍‌କୁ ବୋମା ଧମକ ମିଳିଛି ! ଏହା ପୂର୍ବରୁ ଡିପିଏସ୍, ସଂସ୍କୃତି ସ୍କୁଲ୍, ଇଣ୍ଡିଆନ୍ ସ୍କୁଲ୍ ଆଦି ବହୁ ନାମୀ ସ୍କୁଲ୍‌କୁ ଏପରି ଧମକ ମଧ୍ୟ ଆସିଛି । ଅଧିକାଂଶ ଧମକ ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ତେବେ ପୁଲିସ୍ ଏବେ ଇ-ମେଲ୍‌ର ସୋର୍ସ ଗୁଡିକୁ ଟ୍ରେସ୍ କରୁଛି । ସାଇବର ଟିମ୍ ଓ ସ୍ପେଶାଲ୍ ସେଲ୍ ମଧ୍ୟ ତଦନ୍ତରେ ଲାଗିଛନ୍ତି। ଅଭିଭାବକମାନେ ସମସ୍ତେ ନିଜ ପିଲାଙ୍କ ନିରାପତ୍ତାକୁ ନେଇ ଚିନ୍ତାରେ। କିନ୍ତୁ ସ୍କୁଲ୍ ପ୍ରଶାସନ ଅଭିଭାବକଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ, ସବୁ ଛାତ୍ରଛାତ୍ରୀ ନିରାପଦରେ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ