Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଷ୍ଟେଲ ପ୍ରବେଶ ପାଇଁ କର୍ତ୍ତୃପକ୍ଷଙ୍କ ଅଜବ ନିୟମ; ଛୁଟିରୁ ଫେରିବା ପରେ ଛାତ୍ରୀଙ୍କ ଗର୍ଭଧାରଣ ପରୀକ୍ଷା କରିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧|୧୨: ସ୍କୁଲ ହେଉ କି କଲେଜ, ହଷ୍ଟେଲର ଶାନ୍ତି ଶୃଙ୍ଖଳା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ନିୟମ ସବୁ ବନେଇଥାନ୍ତି | ତେବେ ଏପରି ଅଜବ ନିୟମ ବିଷୟରେ କେବେ ଶୁଣିଛନ୍ତି ଯେଉଁଠି ହଷ୍ଟେଲରେ, ଛୁଟିରୁ ଫେରିବା ପରେ ଗର୍ଭଧାରଣ ପରୀକ୍ଷା କରାଯାଏ | ଶୁଣି ନାହାନ୍ତି ନା? ହଁ ଏ କଥା ସତ! ସ୍କୁଲ ହଷ୍ଟେଲରେ ରହିଛି ଏଭଳି ଆଶ୍ଚର୍ଯ୍ୟକର ନିୟମ | ଛୁଟିରୁ ଫେରିବା ପରେ ଗର୍ଭଧାରଣ ପରୀକ୍ଷା କରିବା ବାଧ୍ୟତାମୂଳକ। ଟେଷ୍ଟ ରିପୋର୍ଟ ନଦେଲେ ହଷ୍ଟେଲକୁ ଏଣ୍ଟ୍ରି କରିବା ମନା | ହଷ୍ଟେଲ ପରିଚାଳନାରେ ଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ପୁଣେର ଏକ ସରକାରୀ ଆଦିବାସୀ ହଷ୍ଟେଲରେ ପଢ଼ୁଥିବା ଅନେକ ଛାତ୍ରୀ।

ସମସ୍ତ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଛୁଟିରୁ ଫେରିବା ପରେ ସେମାନଙ୍କୁ ଏକ ଗର୍ଭଧାରଣ ପରୀକ୍ଷା କିଟ୍ ଦିଆଯାଏ। ସେମାନଙ୍କୁ ଏହି କିଟ୍ ଏକ ସରକାରୀ ହସ୍ପିଟାଲରୁ ନେବାକୁ ପଡିବ। ସେମାନଙ୍କୁ ଡାକ୍ତରଙ୍କଠାରୁ ନେଗେଟିଭ ରିପୋର୍ଟ ଆଣି କଲେଜରେ ଦାଖଲ କରିବା ପରେ ହିଁ ସେମାନଙ୍କୁ ହଷ୍ଟେଲକୁ ଫେରିବାକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି । ଏହି ପ୍ରକ୍ରିୟା ପ୍ରାୟ ବାରମ୍ବାର ରିପିଟ ହେଉଛି ଯାହା ଦ୍ୱାରା ଅନେକ ଛାତ୍ରୀ ମାନସିକ ଯନ୍ତ୍ରଣା ପାଉଛନ୍ତି |

କିଛି ମହିଳା ଛାତ୍ରୀ ଏହି ଅନାବଶ୍ୟକ ପରୀକ୍ଷା ଅନେକ ଥର ଦେଇଥିବା ରିପୋର୍ଟ କରିଛନ୍ତି। ସେମାନେ କହିଛନ୍ତି ଯେ, ବିବାହିତ ନ ହେବା ସତ୍ତ୍ୱେ ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଏ, ସେହି ଘଟଣା ତାଙ୍କୁ ଆହୁରି ଲଜ୍ଜିତ କରେ। ଅନେକ ଛାତ୍ରୀ କହିଛନ୍ତି ଯେ, ଏହା ମାନସିକ ନିର୍ଯାତନା।

କେବଳ ଯେ ସେହି ଗୋଟାଏ ସ୍କୁଲ ନୁହେଁ ଏହା ବ୍ୟତୀତ ପୁଣେର ଏକ ଆଶ୍ରମ ସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ଏହି ଆଶ୍ରମ ସ୍କୁଲଗୁଡ଼ିକ ଆଦିବାସୀ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଏବଂ ଦୂରଦୂରାନ୍ତର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରତିଷ୍ଠିତ ହୋଇଥିଲା। ତଥାପି, ରିପୋର୍ଟ ଆସୁଛି ଯେ ଅନେକ ହଷ୍ଟେଲରେ ଝିଅମାନଙ୍କ ପାଇଁ ଗର୍ଭଧାରଣ ପରୀକ୍ଷା ବାଧ୍ୟତାମୂଳକ ନିୟମ ରହିଛି |

କିଛି ଅଭିଭାବକ ମାନଙ୍କ କହିବା ଅନୁସାରେ, ସେମାନଙ୍କ ପିଲାମାନଙ୍କୁ ଯୋଗାଇ ଦିଆଯାଇଥିବା ପରୀକ୍ଷା କିଟ୍ ର ଖର୍ଚ୍ଚ ଅଭିଭାବକ ମାନଙ୍କୁ ବହନ କରିବାକୁ ପଡିଥାଏ । ଏବଂ ପ୍ରତ୍ୟେକ ପରୀକ୍ଷାର ମୂଲ୍ୟ ୧୫୦ ରୁ ୨୦୦ ଟଙ୍କା ମଧ୍ୟରେ, ଯାହା ଗରିବ ଝିଅମାନଙ୍କ ପରିବାରକୁ ଏହି ଖର୍ଚ୍ଚ ବହନ କରିବାକୁ ବାଧ୍ୟ କରିଥାଏ।

ମହାରାଷ୍ଟ୍ର ଆଦିବାସୀ ବିକାଶ ବିଭାଗ ମଧ୍ୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛି। ବିଭାଗ ସ୍ପଷ୍ଟ କରିଛି ଯେ, ଏପରି କୌଣସି ନିୟମ କରାଯାଇ ନାହିଁ କି ଏପରି ଅଭ୍ୟାସର କୌଣସି ଅନୁମୋଦନ ଦିଆଯାଇ ନାହିଁ। ବିଭାଗ କହିଛି ଯେ, ଏପରି ପରୀକ୍ଷା ହଷ୍ଟେଲରେ କରାଯିବା ଉଚିତ ନୁହେଁ। ପୂର୍ବରୁ, ସେପ୍ଟେମ୍ବର ୨୦୨୫ରେ ଯେତେବେଳେ ସମାନ ମାମଲା ଉଠିଥିଲା, ରାଜ୍ୟ ମହିଳା କମିଶନ ଏଥିରେ ହସ୍ତକ୍ଷେପ କରିଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ