Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲକାନଗିରି ଏମଭି ୨୬ ହିଂସା ମାମଲା; ଆଜି ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

ମାଲକାନଗିରି;୧୩|୧୨ :ମାଲକାନଗିରିରେ ଥମୁନି ସମସ୍ୟା | ପୁଣି ବଢ଼ିଲା ଇଣ୍ଟରନେଟ୍ କଟକଣା । ଗତକାଲି ଆହୁରି ୨୪ ଘଣ୍ଟା ପାଇଁ ବଢ଼ିଛି ଏହି କଟକଣା । ସୂଚନା ଅନୁୟାଯୀ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏବେ ଏମ୍‌ଭି -୨୬ ଗାଁରେ ଶାନ୍ତିର ପରିବେଶ ଦେଖିବାକୁ ମିଳିଛି। ଏବେ ଗାଁକୁ ଫେରୁଛନ୍ତି ଗ୍ରାମବାସୀ| ଏହା ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କି ସମସ୍ତେ ଶାନ୍ତି ପାଇଁ ସହମତି ଦେଇଥିଲେ | ସ୍ଥିତି ସୁଧୁରୁଥିବାବେଳେ ନିଜ ଘରକୁ ଫେରୁଛନ୍ତି ଲୋକ । ତଥାପି ସ୍ଥିତି ଉପରେ ନଜର ରଖିଛି ପୁଲିସ ।

ଗାଁରେ ଏବେ ବି ପୁଲିସ ଛାଉଣୀ ହୋଇ ରହିଛି। ଆଦିବାସୀ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ଆହୁରି ବଢିଥିଲା । ଏହାପରେ ଉତ୍ୟକ୍ତ ଗ୍ରାମବାସୀ ଏମଭି-୨୬ ଗାଁରେ ଅନେକ ଘର ପୋଡ଼ି ପକାଇଥିଲେ । ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୬୩ ଧାରା ଲାଗୁ ହୋଇଥିଲା । ପୁଲିସ ଡିଜି ନିଜେ ଗାଁରେ ପହଞ୍ଚି ସ୍ଥିତି ପରଖିଥିଲେ । ଶାନ୍ତି କମିଟି ବୈଠକ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସମାଧାନ । ତଥାପି ଆଇନ୍ ଶୃଙ୍ଖଳା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ