Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ରେ ବହୁ ଚର୍ଚ୍ଚିତ ପେନସନ ତଥା ଏରିୟର ଟଙ୍କା ହଡ଼ପ ମାମଲାରେ ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର

ପାରଳାଖେମୁଣ୍ଡି:୧୬/୧୨(ଗରୁଡ଼ ଧ୍ଵଜ ଚୌଧୂରୀ) ଗଜପତି ଜିଲ୍ଲାରେ ବହୁ ଚର୍ଚ୍ଚିତ ପେନସନ ତଥା ଏରୀୟର ହଡ଼ପ ମାମଲା ଖ୍ରୀଷ୍ଟିଆନ ସାହିର ବୃଦ୍ଧା ସୁଭଗମନା ସ୍ୱାଲ ସିଂଙ୍କ ପେନସନ ତଥା ଏରିୟର ଟଙ୍କା ହଡ଼ପ ମାମଲାରେ ଅଭିଯୁକ୍ତ ନିରୋଜ କୁମାର ବର୍ଦ୍ଧନ ଓ ଉଜ୍ଵଳ ବର୍ଦ୍ଧନ ଓରଫ ସୌମ୍ୟ ରଞ୍ଜନ ବର୍ଦ୍ଧନଙ୍କ ଜାମିନ ଆବେଦନ ଗଜପତି ଜିଲ୍ଲା ଦୌରା ଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଦ୍ଵାରା ଖାରଜ ହୋଇଯାଇଛି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ପକ୍ଷ ରଖି ନିଜର ବଳିଷ୍ଠ ଯୁକ୍ତି ବାଢିଥିଲେ ଓ ଏହି ଗମ୍ଭୀର ମାମଲାରେ ଓକିଲ ଏମ୍. ପୃଥ୍ୱୀରାଜ ତାଙ୍କୁ ଯଥାର୍ଥ ସହଯୋଗର ହାଥ ବଢାଇଥିଲେ।ସୂଚନାଯୋଗ୍ୟ, ତା ୧୧-୧୧-୨୦୨୫ରିଖ ଦିନ ଯେତେବେଳେ ଉପରୋକ୍ତ ଅଭିଯୁକ୍ତ ଦ୍ବୟ ବୃଦ୍ଧା ସୁଭଗମନା ସ୍ୱାଲ ସିଂଙ୍କ ନିକଟକୁ ଆସି ଜୀବନ ପ୍ରମାଣ ପତ୍ର ମାଗୁଥିଲେ, ସେହି ସମୟରେ ଏତଲାକାରି ସୁକାନ୍ତ ସ୍ୱାଲ ସିଂ ଯିଏ ସୁଭଗମନା ସ୍ୱାଲ ସିଂଙ୍କ ପୁତୁରା ସେ ସନ୍ଦେହରେ ଆସି ସେମାନଙ୍କୁ ପଚାରିଥିଲେ ଯେ, ଏହା କାହିଁକି ଦରକାର? ପ୍ରତ୍ୟୁତ୍ତରରେ ସେମାନେ କହିଥିଲେ ପେନସନକୁ ଚାଲୁ ରଖିବା ପାଇଁ ଏହା ଜରୁରୀ। କିନ୍ତୁ ଏତଲାକାରି କହିଥିଲେ ଯେ, ତାଙ୍କ ପିଇସୀ କିଛି ବି ପେନସନ ପାଉନାହାନ୍ତି, ତେବେ କାହିଁକି ଏହାର ଆବଶ୍ୟକତା ରହିଛି। ପରେ ସେମାନେ କିଛି ଉତ୍ତର ନ ଦେଇ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ସନ୍ଦେହ ଘନୀଭୂତ ହେବାରୁ ଏତଲାକାରି ଜାଣିବାକୁ ପାଇଲେ ଯେ, ତାଙ୍କର ପିଇସା ଯିଏ କି ଜଣେ ଶିକ୍ଷକ ଥିଲେ ତାଙ୍କ ଦେହାନ୍ତ ପରେ ପିଉସୀଙ୍କର ପେନସନ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଚଞ୍ଚକତା କରି ସୁଭଗମନା ସ୍ୱାଲ ସିଂଙ୍କ ଜୀବନ ପ୍ରମାଣ ପତ୍ରରେ ଜଣେ ମୁଦଲା ନିରୋଜ କୁମାର ବର୍ଦ୍ଧନ ନିଜର ମୋବାଇଲ ନମ୍ବର ଓ ଆଧାର କାର୍ଡରେ ଅନ୍ୟ ଅଭିଯୁକ୍ତ ନିଜ ମୋବାଇଲ ନମ୍ବର ସଂଯୋଗ କରି ବର୍ଷ ବର୍ଷ ଧରି ପଇସା ଚଳୁ କରିଆସୁଥିଲେ। କିନ୍ତୁ ସେପଟେ ସୁଭଗମନା ସ୍ୱାଲ ସିଂ ଭିକାରୁଣୀ ପରି ଦାଣ୍ଡରେ ଅସହାୟ ଅବସ୍ଥାରେ ପଡିରହିଥିଲେ। ଏହି ସବୁ ବିଷୟ ଜାଣିବା ପରେ ସୁକାନ୍ତ ସ୍ୱାଲ ସିଂ ରାୟଗଡ ଥାନାରେ ମାମଲା ନମ୍ବର ୧୦୭ରେ ଏକ ମାମଲା ରୁଜୁ କରିଥିଲେ ଓ ମାମଲାର ଗମ୍ଭୀରତାକୁ ନଜରରେ ରଖି ଥାନାଧିକାରୀ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ
[16/12, 17:07] Goruda Dhwaja Choudhury: ରାଜ୍ୟର ୨ମନ୍ତ୍ରୀ ଓ ୧୦ ବିଧାୟକ ଗଜପତି ଜିଲ୍ଲାର ଜୀରାଙ୍ଗ ବୁଦ୍ଧ ମନ୍ଦିର ଓ ମହେନ୍ଦ୍ରଗିରି ଶୈବ ପୀଠ ବୁଲି ଦେଖିଲେ
ପାରଳାଖେମୁଣ୍ଡି:୧୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ରାଜ୍ୟର ୨ ମନ୍ତ୍ରୀ ଓ ୧୦ ଜଣ ବିଧାୟକ ଗଜପତି ଜିଲ୍ଲା ପରିଦର୍ଶନରେ ଆସି ଜିରଙ୍ଗ ବୁଦ୍ଧ ମନ୍ଦିର ଓ ଐତିହାସିକ ତଥା ପୌରାଣିକ ମହେନ୍ଦ୍ରଗିରି ବୁଲି ଦେଖିଲେ।ସେମାନେ ବୁଦ୍ଧ ମନ୍ଦିରର ଲାମା ଗୁରୁଜୀଙ୍କୁ ସାକ୍ଷାତ କରି ବୁଦ୍ଧଂକ ଦର୍ଶନର ସାନ୍ନିଧ୍ୟ ଲାଭ କରିଥିଲେ।ସେହିଭଳି ମହେନ୍ଦ୍ରଗିରିରେ ଲକ୍ଷ୍ମୀ ବାବା ସମସ୍ତଙ୍କୁ ସ୍ୱାଗତ କରିବା ସହ ସ୍ଥାନୀୟ କୁନ୍ତୀ ମନ୍ଦିରରେ ରୁଦ୍ରାଭିଷେକ ପୂଜାରେ ସମସ୍ତଙ୍କୁ ଆପ୍ୟାୟିତ କରିଥିଲେପରିବହନ,ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଗଜପତି ଜିଲ୍ଲାରେ ପର୍ଯ୍ୟଟକମାନଙ୍କୁ ଆକ୍ରୁଷ୍ଟ କରିବାକୁ ଯଥା ସମ୍ଭବ ଚେ଼ଷ୍ଟା ଚାଲିଛି।ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ବିଧାୟକ ମାନଙ୍କ ମଧ୍ୟରେ ଏକାମ୍ରର ବାବୁ ସିଂ, ମହାକାଳପଡ଼ାର ଦୂର୍ଗା ପ୍ରସାଦ ନାଏକ, ବଡମ୍ୱାର ବିଜୟ ଦଳବେହେରା, ଖଣ୍ଡପଡାର ଦୁଷ୍ମନ୍ତ ନାଏକ,ନିଆଳି ର ଛବି ମଲ୍ଲିକ,
ଫୁଲବାଣୀର ଉମା ମଲ୍ଲିକ, ପାରଳାଖେମୁଣ୍ଡିର ରୁପେଶ କୁମାର ପାଣିଗ୍ରାହୀ,ବୌଦ୍ଧର ସରୋଜ ପ୍ରଧାନ, କବିସୂର୍ଯ୍ୟନଗରର ପ୍ରତାପ ନାଏକ ଏବଂ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନିଳମଣୀ ବିଷୋୟୀ ଏହି ପରିଦର୍ଶନ ଦଳରେ ଆସିଥିଲେ।ସ୍ଥାନୀୟ ଲୋକମାନେ ଏହି ନିର୍ବାଚିତ ପ୍ରତିନିଧି ମାନଂକ ଭବ୍ୟ ସ୍ୱାଗତ କରିଥିଲେ।ତଥା ନିଜ ଜିଲ୍ଲାର ବିଧାୟକ ହିସାବରେ ପାରଳାଖେମୁଣ୍ଡି ବିଧାୟକ ସମସ୍ତଙ୍କୁ ବ୍ୟକ୍ତିଗତ ସମ୍ୱର୍ଦ୍ଧନା ଓ ସମ୍ମାନ ଜଣାଇଥିଲେ।ଜିଲ୍ଲା ପ୍ରଶାସନ ତରଫରୁ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ତଥା ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।