Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ramayana Box Office Collection: ୧୧ ଦିନରେ ₹୧,୩୮୪ କୋଟି ପାର୍, Dhurandhar 2ର Sunday Record ଭାଙ୍ଗିଲା!

ରଣବୀର କପୁର, ୟଶ ଓ ସାଇ ପଲ୍ଲବୀଙ୍କ ଅଭିନୀତ ଫିଲ୍ମ Ramayana ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ରିପୋର୍ଟ ଅନୁସାରେ, ରିଲିଜ୍‌ର ୧୧ତମ ଦିନ ରବିବାର ଫିଲ୍ମଟି ଭାରତରେ ପ୍ରାୟ ୭୫ କୋଟି ଟଙ୍କାର ନେଟ୍‌ କଲେକ୍ସନ କରିଛି। ଏହା ସହ ଭାରତର ମୋଟ ନେଟ୍‌ କଲେକ୍ସନ ୭୬୦.୬୦ କୋଟି ଏବଂ ଗ୍ରସ୍‌ କଲେକ୍ସନ ୯୦୯ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ଫିଲ୍ମର ବିଶ୍ୱବ୍ୟାପୀ ମୋଟ କଲେକ୍ସନ ୧,୩୮୪.୫୦ କୋଟି ଟଙ୍କା ହୋଇଥିବା ଦାବି କରାଯାଇଛି। ୧୧ତମ ଦିନରେ ୨୩,୫୭୩ଟି ଶୋ’ରୁ ଫିଲ୍ମଟି ଆୟ କରିଛି। ଏଥିରେ ହିନ୍ଦୀରୁ ୫୫ କୋଟି, କନ୍ନଡ଼ରୁ ୫.୭୫ କୋଟି, ମାଲାୟାଲମ୍‌ରୁ ୫ କୋଟି, ତାମିଲରୁ ୪.୭୫ କୋଟି ଏବଂ ତେଲୁଗୁରୁ ୪.୫୦ କୋଟି ଟଙ୍କା ରହିଛି।

ଫିଲ୍ମଟି ଏହାର ଦ୍ୱିତୀୟ ରବିବାରରେ Dhurandhar 2ର ରବିବାର କଲେକ୍ସନକୁ ମଧ୍ୟ ପଛରେ ପକାଇଥିବା ରିପୋର୍ଟରେ ଦାବି କରାଯାଇଛି। ଯେଉଁଠାରେ Dhurandhar 2 ପ୍ରାୟ ୬୮ କୋଟି ଟଙ୍କା ଆୟ କରିଥିଲା, ସେଠାରେ Ramayanaର ରବିବାର ଆୟ ୭୫ କୋଟି ଟଙ୍କା ରହିଛି। ଏହା ସହ ଫିଲ୍ମଟି KGF, RRR ଓ Animal ଭଳି ଚଳଚ୍ଚିତ୍ରର ବକ୍ସ ଅଫିସ୍‌ ରେକର୍ଡକୁ ମଧ୍ୟ ଅତିକ୍ରମ କରିଥିବା ଦାବି କରାଯାଇଛି। ପ୍ରଥମ ସପ୍ତାହରେ ଏହାର ନେଟ୍‌ କଲେକ୍ସନ ୫୬୪.୬୦ କୋଟି ଟଙ୍କା ଥିବାବେଳେ ଦ୍ୱିତୀୟ ସପ୍ତାହରେ ମଧ୍ୟ ଦର୍ଶକଙ୍କ ଭିଡ଼ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ