Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନର ଅବସ୍ଥା ଶୋଚନୀୟ: ୧୩୫ ବିଲିୟନ ଟଙ୍କାରେ ବିକ୍ରି କଲା ନିଜ ଏୟାରଲାଇନ୍ସ

ଭୁବନେଶ୍ୱର,୨୪|୧୨: ପାକିସ୍ତାନର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଅବସ୍ଥା ଏତେ ଖରାପ ହୋଇଛି ଯେ ଶେଷରେ ନିଜର ଏୟାରଲାଇନ୍ସ ବିକିବାକୁ ବାଧ୍ୟ ହୋଇଛି ପାକିସ୍ତାନ ସରକାର। ବିକ୍ରି ହୋଇଛି ପାକିସ୍ତାନର ଏୟାରଲାଇନ୍ସ । ଆର୍ଥିକ କ୍ଷେତ୍ରରେ ପାକିସ୍ତାନ ଦୁର୍ବଳ ହେବାରେ ଲାଗିଛି। IMF ଏବଂ ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କ ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ଏହି ବିପଦରୁ ଉଦ୍ଧାର କରି ପାରୁନାହାନ୍ତି । ଶେଷରେ ଶାହବାଜ ସରିଫ ସରକାର ପାକିସ୍ତାନର ସରକାରୀ ବିମାନ କମ୍ପାନୀ PIAକୁ ପ୍ରାୟ ୧୩୫ ବିଲିୟନ ଟଙ୍କାରେ ବିକ୍ରି କରିଛନ୍ତି।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ନିଜର ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’କୁ ବିକ୍ରି କରିଛି । ତେବେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)ର ଘରୋଇକରଣ ହୋଇଛି । ଏଥିପାଇଁ ତିନୋଟି କମ୍ପାନୀ ଏହି ଘରୋଇକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ କିନ୍ତୁ ଶେଷରେ ଆରିଫ୍ ହବିବ୍ କମ୍ପାନି ଏହି ନିଲାମୀ ପ୍ରକ୍ରିୟାରେ ବିଜୟୀ ହୋଇଛି । ନିଲାମ ପ୍ରକ୍ରିୟା ପୂର୍ବରୁ ପାକିସ୍ତାନ ସରକାର କହିଥିଲେ ଏହି ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସର ରେଫରେନ୍ସ ମୂଲ୍ୟ ୧୦୦ ବିଲିୟନ ଟଙ୍କା ରଖାଯାଇଛି। ତେବେ ଏହାପରେ ଆରିଫ୍ ହବିବ୍ ଏବଂ ଲକି ସିମେଣ୍ଟ୍ ଉଭୟଙ୍କ ମଧ୍ୟରେ ଏୟାରଲାଇନ୍ସ ନିଲାମ ପ୍ରକ୍ରିୟା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏବଂ ଶେଷରେ ଆରିଫ୍ ହବିବ୍ ଗ୍ରୁପ୍ ୧୩୫ ବିଲିୟନ ଟଙ୍କାରେ ଏହି ନିଲାମୀ ପ୍ରକ୍ରିୟାରେ ଜିତି ଏୟାର ଲାଇନ୍ସ କୁ ନିଜ ନାଁରେ କରିଥିଲା।

ସୂଚନା ରହିଛିଯେ, ପାକିସ୍ତାନ ଏୟାରଲାଇନ୍ସର ବିକ୍ରୟ ସମୟରେ କୌଣସି ପ୍ରକାର ଅସୁବିଧା ଯେମିତି ନ ହୁଏ ସେଥିପାଇଁ, ସରକାର ସ୍ଥାନୀୟ ଟେଲିଭିଜନରେ ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟାର ସିଧା ପ୍ରସାରଣ କରିଥିଲେ। ତେବେ ଏହା ସରକାରଙ୍କର ଦ୍ୱିତୀୟ ପ୍ରୟାସ ରହିଥିଲା ବିମାନ କମ୍ପାନିକୁ ନିଲାମ କରିବା ପାଇଁ। । ଏହା ପୂର୍ବରୁ ସରକାର ଆଉଥରେ ମଧ୍ୟ ପ୍ରୟାସ କରିଥିଲେ, କିନ୍ତୁ ଟଙ୍କା ଅଭାବରୁ ଏହାକୁ ବନ୍ଦ ରଖାଯାଇଥିଲା। ତେବେ ଏହି ନିଲାମ ପ୍ରକ୍ରିୟା ଶେଷ ହୋଇଛି ଏବଂ ଆରିଫ୍ ହବିବ୍ ଗ୍ରୁପ୍ ୧୩୫ ବିଲିୟନ ଟଙ୍କାରେ ଏହି ନିଲାମୀ ପ୍ରକ୍ରିୟାରେ ଜିତି ଏୟାର ଲାଇନ୍ସ ନିଜର କରିଛି। ଶେଷରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଫେଡେରାଲ କ୍ୟାବିନେଟର ଏକ ବୈଠକରେ, PIAର ଘରୋଇକରଣରେ ସରକାରୀ ଅଧିକାରୀ ଏବଂ ଘରୋଇକରଣ କମିଶନରଙ୍କ ରହିଥିବା ଗୁରୁତ୍ୱପୂର୍ଣ ଭୂମିକା ପାଇଁ ଧନ୍ୟବାଦ ଜଣାଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ