Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହରରେ ଆରମ୍ଭ ହେଲା ବଙ୍ଗଳାଦେଶୀଙ୍କ ଚିହ୍ନଟ ପ୍ରକ୍ରିୟା

ପାରଳାଖେମୁଣ୍ଡି:୨୮/୧୨(ଗରୁଡ଼ ଧ୍ୱଜ ଚୌଧୁରୀ) ଦେଶ ସାରା ବଙ୍ଗଳା ଦେଶୀ ମାନଙ୍କୁ ନେଇ ଆକ୍ରୋଶ ବଢ଼ୁଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରେ ବଙ୍ଗଳା ଦେଶୀଙ୍କୁ ଚିହ୍ନଟ କରିବା ପକ୍ରୀୟା ଆରମ୍ଭ ହୋଇଛି ଗଜପତି ଜିଲ୍ଲାରେ ମଧ୍ୟ ରୋହିଙ୍ଗିଆ ବଙ୍ଗଳା ଦେଶୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସହର ତଥା ଜିଲ୍ଳାର ବିଭିନ୍ନ ସ୍ଥାନରେ ଏହି ମାନେ ନିଜର କାୟା ବିସ୍ତାର କରି ବିଭିନ୍ନ ଫେରି କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ବହୁ ଅଭିଯୋଗ ମାନ ଆସୁଥିବା ବେଳେ ଆଜି ପାରଳା ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରଖିବା ସହ ଆଗକୁ ଏପରି ଚିହ୍ନଟ ପ୍ରକ୍ରିୟା ଜାରି ରହିବା ନେଇ ଶୁଣିବାକୁ ମିଳିଛି। ଆରୋଗ୍ୟ ସାହିରେ କିଛି ଅଚିହ୍ନା ଲୋକଙ୍କୁ ଠାବ କରିଥିବା ବେଳେ ସେମାନେ ଫେରି କରୁଥିବା ନଜର ଆସିଛି। ଜିଲ୍ଲାର ଏପରିକି କିଛି ଫ୍ୟାକ୍ଟ୍ରି, ରେଷ୍ଟୁରାଣ୍ଟ ରେ କମ ଟଙ୍କାରେ ଏହି ବଙ୍ଗଳା ଦେଶୀ ମାନଙ୍କୁ ମାଲିକ ମାନେ ପସୁଛନ୍ତି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଥିବା ବେଳେ ଏହି ମାଲିକ ମାନଙ୍କ ଉପରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହିନ୍ଦୁ ସଙ୍ଗଠନ ପକ୍ଷରୁ କୁହାଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।