Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା କାଶୀନଗର ଏନଏସିର ବହିଷ୍କୃତ ଉପାଧ୍ୟକ୍ଷଙ୍କ ପ୍ରେସମିଟ…… ରାଜନୈତିକ ଆକ୍ରୋଶର ଶିକାର କରାଗଲା

ପାରଳାଖେମୁଣ୍ଡି:୩୦/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ବହିଷ୍କୃତ କାଶୀନଗର ଏନଏସି ଉପାଧ୍ୟକ୍ଷ ରଘୁରାମ ସାହୁ ଆଜି ପ୍ରେସମିଟ ଜରିଆରେ କହିଛନ୍ତି ତାଙ୍କୁ ରାଜନୈତିକ ଆକ୍ରୋଶ ଯୋଗୁଁ ବହିଷ୍କାର କରାଗଲା. ଗଜପତି ଜିଲ୍ଲାର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡ଼ି ଦଳ ତରଫରୁ କାଉନସିଲର ଭାବେ ନିର୍ବାଚିତ ହୋଇ ମୁଁ ଉପାଧ୍ୟକ୍ଷ ହୋଇଥିଲି ବୋଲି ପ୍ରକାଶ କରି ପ୍ରେସମିଟ ଜରିଆରେ ଜଣାଇଛନ୍ତିଯେ, ଗତ ପୌର ନିର୍ବାଚନରେ ଭାଗ ନେବା ପୂର୍ବରୁ ୨୦୨୧ ରେ ସାଂସଦ ପାଣ୍ଠିରୁ ଠିକା ନେଇ ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ କରିଥିଲି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବିଲ ପାଇବା ବେଳକୁ ୨୦୨୨ ତ୍ରିସ୍ତରୀୟ ନିର୍ବାଚନରେ କାଶୀନଗର ୧୧ ନମ୍ବର ଓ୍ବାର୍ଡର କାଉନସିଲର ଭାବେ ନିର୍ବାଚିତ ହେଲି. ହେଲେ ବିଜେପି ଦଳ ଏନେଇ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ଆଣିଥିଲା। ଏନେଇ ତୁରନ୍ତ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ରାଜ୍ୟ ସରକାର। ଏଥିପାଇଁ କିଛି ସମୟ ଦେବାକୁ ଅନୁରୋଧ କରିବା ସତ୍ତ୍ୱେ ସମୟ ଦେଇନଥିଲେ ସରକାର। ଏହାସତ୍ତ୍ୱେ ସମୟସୀମା ମଧ୍ୟରେ ତାଙ୍କ ଉପରେ ହୋଇଥିବା ଅଭିଯୋଗ ନିର୍ବାଚନ ପୂର୍ବର ଘଟଣା ବୋଲି ଉତ୍ତର ରଖିଥିଲେ କାଉନସିଲର ରଘୁରାମ। କିନ୍ତୁ ଏହାକୁ ବିଚାର ନକରି ରଘୁନାଥଙ୍କ ପଦବୀ ରଦ୍ଦ ନେଇ ଗତ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ମୁଁ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡ଼ି ଦଳର ଜଣେ ଟାଣୁଆ ନେତା ଭାବେ ପରିଚିତ. ବିଜେପି ସରକାରଙ୍କ ଦୁର୍ବଳ ଶାସନ ଓ ଅପାରଗତାକୁ ନେଇ ବିଭିନ୍ନ ସ୍ତରରେ ସ୍ବର ଉଠାଇ ଆସୁଥିଲି. ଯାହା ବିଜେପି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ଅଭିଯୋଗ ଆଧାରରେ ମୋ ପ୍ରତି ଅବିଚାର କରାଯାଇଛି. ଇତି ମଧ୍ୟରେ କାଶୀନଗର ଏନଏସିର ବିଜେଡ଼ି ଅଧ୍ୟକ୍ଷା ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେବା ପରେ ସମସ୍ତ ବିଜେଡ଼ି କାଉନସିଲର ବିରୋଧ କରିବା ପରେ ପଦବୀ ଚାଲିଯିବା ଭୟରେ ପୁଣି ବିଜେଡ଼ିକୁ ଫେରି ଆସିଥିଲେ, ବର୍ତ୍ତମାନ ଅଧ୍ୟକ୍ଷା ବିଜେଡ଼ିରେ ରହିଛି. ତେଣୁ ଅଧ୍ୟକ୍ଷା ମୋ ବିରୁଦ୍ଧରେ ଏଭଳି ବହିସ୍କୃତ ଯୋଜନା କରିଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।