ଗଜପତି ଜିଲ୍ଲା କାଶୀନଗର ଏନଏସିର ବହିଷ୍କୃତ ଉପାଧ୍ୟକ୍ଷଙ୍କ ପ୍ରେସମିଟ…… ରାଜନୈତିକ ଆକ୍ରୋଶର ଶିକାର କରାଗଲା
ପାରଳାଖେମୁଣ୍ଡି:୩୦/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ବହିଷ୍କୃତ କାଶୀନଗର ଏନଏସି ଉପାଧ୍ୟକ୍ଷ ରଘୁରାମ ସାହୁ ଆଜି ପ୍ରେସମିଟ ଜରିଆରେ କହିଛନ୍ତି ତାଙ୍କୁ ରାଜନୈତିକ ଆକ୍ରୋଶ ଯୋଗୁଁ ବହିଷ୍କାର କରାଗଲା. ଗଜପତି ଜିଲ୍ଲାର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡ଼ି ଦଳ ତରଫରୁ କାଉନସିଲର ଭାବେ ନିର୍ବାଚିତ ହୋଇ ମୁଁ ଉପାଧ୍ୟକ୍ଷ ହୋଇଥିଲି ବୋଲି ପ୍ରକାଶ କରି ପ୍ରେସମିଟ ଜରିଆରେ ଜଣାଇଛନ୍ତିଯେ, ଗତ ପୌର ନିର୍ବାଚନରେ ଭାଗ ନେବା ପୂର୍ବରୁ ୨୦୨୧ ରେ ସାଂସଦ ପାଣ୍ଠିରୁ ଠିକା ନେଇ ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ କରିଥିଲି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବିଲ ପାଇବା ବେଳକୁ ୨୦୨୨ ତ୍ରିସ୍ତରୀୟ ନିର୍ବାଚନରେ କାଶୀନଗର ୧୧ ନମ୍ବର ଓ୍ବାର୍ଡର କାଉନସିଲର ଭାବେ ନିର୍ବାଚିତ ହେଲି. ହେଲେ ବିଜେପି ଦଳ ଏନେଇ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ଆଣିଥିଲା। ଏନେଇ ତୁରନ୍ତ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ରାଜ୍ୟ ସରକାର। ଏଥିପାଇଁ କିଛି ସମୟ ଦେବାକୁ ଅନୁରୋଧ କରିବା ସତ୍ତ୍ୱେ ସମୟ ଦେଇନଥିଲେ ସରକାର। ଏହାସତ୍ତ୍ୱେ ସମୟସୀମା ମଧ୍ୟରେ ତାଙ୍କ ଉପରେ ହୋଇଥିବା ଅଭିଯୋଗ ନିର୍ବାଚନ ପୂର୍ବର ଘଟଣା ବୋଲି ଉତ୍ତର ରଖିଥିଲେ କାଉନସିଲର ରଘୁରାମ। କିନ୍ତୁ ଏହାକୁ ବିଚାର ନକରି ରଘୁନାଥଙ୍କ ପଦବୀ ରଦ୍ଦ ନେଇ ଗତ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ମୁଁ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡ଼ି ଦଳର ଜଣେ ଟାଣୁଆ ନେତା ଭାବେ ପରିଚିତ. ବିଜେପି ସରକାରଙ୍କ ଦୁର୍ବଳ ଶାସନ ଓ ଅପାରଗତାକୁ ନେଇ ବିଭିନ୍ନ ସ୍ତରରେ ସ୍ବର ଉଠାଇ ଆସୁଥିଲି. ଯାହା ବିଜେପି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ଅଭିଯୋଗ ଆଧାରରେ ମୋ ପ୍ରତି ଅବିଚାର କରାଯାଇଛି. ଇତି ମଧ୍ୟରେ କାଶୀନଗର ଏନଏସିର ବିଜେଡ଼ି ଅଧ୍ୟକ୍ଷା ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେବା ପରେ ସମସ୍ତ ବିଜେଡ଼ି କାଉନସିଲର ବିରୋଧ କରିବା ପରେ ପଦବୀ ଚାଲିଯିବା ଭୟରେ ପୁଣି ବିଜେଡ଼ିକୁ ଫେରି ଆସିଥିଲେ, ବର୍ତ୍ତମାନ ଅଧ୍ୟକ୍ଷା ବିଜେଡ଼ିରେ ରହିଛି. ତେଣୁ ଅଧ୍ୟକ୍ଷା ମୋ ବିରୁଦ୍ଧରେ ଏଭଳି ବହିସ୍କୃତ ଯୋଜନା କରିଛନ୍ତି.

