Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଗଜପତି ଉତ୍ସବ ପ୍ରଚାର ପ୍ରସାର କମିଟିର ପ୍ରଥମ ବୈଠକ

ପାରଳାଖେମୁଣ୍ଡି:୩୧/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଉତ୍ସବ-୨୦୨୫ର ପ୍ରଚାର ପ୍ରସାର କମିଟିର ପ୍ରଥମ ବୈଠକ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ପୃଥ୍ୱୀରାଜ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ,ତହସିଲଦାର ନାରାୟଣ ବେହରା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , ଜିଲ୍ଲା ପ୍ରକଳ୍ପ ପରିଚାଳକ ,ଓଡିଶା ଜୀବିକା ମିଶନ ଟିମନ ବାରା, ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଓରମାସ୍ ଗଜପତି ଶ୍ରୀ ଆଶିଶ୍ କୁମାର ରାଉଳ ଓ କମିଟି ସଦସ୍ୟ ସୁଜିତ ବିଷୋୟୀ ,ସନ୍ତୋଷ ପଟ୍ଟନାୟକ , ଦିଲ୍ଲୀପ ଶତପଥୀ , ପ୍ରେମାନନ୍ଦ ପଣ୍ଡା , ଆମୋଦ ବର୍ଦ୍ଧନ , ବାଦଲ ବର୍ଦ୍ଧନ , ଶ୍ରୀକାନ୍ତ ମହାରଣା , ବିଭୁତି ଭୂଷଣ ହୋତା ପ୍ରମୁଖ ଯୋଗଦେଇଥିବା ବେଳେ ଉତ୍ସବର ପ୍ରଚାର ପ୍ରସାର ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ବୈଠକରେ ଆଗାମୀ ଗଜପତି ଉତ୍ସବର ଆରମ୍ଭ ପୁର୍ବରୁ ହେଉଥିବା ମଶାଲ ଶୋଭାଯାତ୍ରା ସମୟରେ ଭିଡିଓ ଓ ଫୋଟୋ ଉତ୍ତୋଳନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତ କରଯାଉଥିବା ସମସ୍ତ ଫ୍ଲେକ୍ସ , ବ୍ୟାନର, ଭିଡିଓ ଆଦି ପ୍ରଚାର ପ୍ରସାର କମିଟିର ଅନୁମୋଦନ କ୍ରମେ ବ୍ଯବହର ଉପଯୋଗୀ କରିବା ପାଇଁ ନିଷ୍ପତି ଗୃହିତ ହୋଇଥିଲା । ସେହିଭଳି ଫ୍ଲେକ୍ସ ଓ ଟିଜର ପ୍ରସ୍ତୃତି ସ୍ଵତନ୍ତ୍ର ଥିମ ବିଶିଷ୍ଠ ହେବା ଆବଶ୍ୟକ ଏବଂ ଜିଲ୍ଲାର ଐତିହ୍ୟ ,କଳା, ସାହିତ୍ୟ , ସଂସ୍କୃତି କୁ ନେଇ ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଛି । ଯେ କେହିବି ଇଛୁକ ବ୍ୟକ୍ତି ଆସନ୍ତା ବୈଠକରେ ପ୍ରସ୍ତୃତ କରି ଏହାର ଉପସ୍ଥାପନ କରିପାରିବେ । ସମସ୍ତ ବିଷୟ ବସ୍ତୁକୁ ଆଧାର କରି କମିଟି ଶ୍ରେଷ୍ଠ ବିଷୟକୁ ସ୍ଥିର କରିବା ପରେ ତାହା ପ୍ରଚାର ଯୋଗ୍ୟ କରିବା ପାଇଁ ମତ ପ୍ରକାଶ ପାଇଥିଲା । ବିଭିନ୍ନ ଗଣ ମାଧ୍ୟମକୁ ଦିଆଯାଉଥିବା ବିଜ୍ଞାପନ ସମ୍ପର୍କରେ ମଧ୍ୟ ଆଲୋଚନା ରେ ସ୍ଥାନ ପାଇଥିଲା । ସେହିପରି ବ୍ଲକ ସ୍ତରରେ ହେଉଥିବା ଉତ୍ସବର ମଧ୍ୟ ପ୍ରଚାର ପ୍ରସାର ନିମନ୍ତେ ଧ୍ୟାନ ଦେବାକୁ ଉପସ୍ଥିତ ସଦସ୍ୟ ମତ ରଖିଥିଲେ । କମିଟିର ପରବର୍ତ୍ତୀ ବୈଠକ ଆସନ୍ତା ୩ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ