ଗଜପତି ଜିଲ୍ଲା କନେଷ୍ଟବଲ ସଂଘର ସଭାପତି ହେଲେ ରୋହିତ ଓ ସମ୍ପାଦକ ଭାବେ ସଞ୍ଜୀବ ନିର୍ବାଚିତ
ପାରଳାଖେମୁଣ୍ଡି:୩୧/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ପୋଲିସ କନେଷ୍ଟବଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଶେଷରେ ଗଣତି ହୋଇଥିଲା । ଏଥିରେ ରୋହିତ କୁମାର ରଥ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଲକ୍ଷ୍ମଣ ଭୂୟାଁ, ସମ୍ପାଦକ ଭାବେ ସଞ୍ଜିବ କୁମାର ଦଳବେହେରା, କୋଷାଧ୍ୟକ୍ଷ ଭାବେ ସୁଧୀର କୁମାର ଜେନା, ସହ ସମ୍ପାଦକ ଭାବେ ଆଶିଷ କୁମାର ରାଜୁ ଓ ସୁରେଶ ପାତ୍ର ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଭ୍ୟ ଭାବେ ୫ ଜଣ ଯଥା ଏ.ବିଜୟ କୁମାର, ସିମାଞ୍ଚଳ ମହାରଣା, କୁମୁଦିନି ଦେବୀ, ଋଷିକେଶ ସାମଲ ଓ ପ୍ରଭାକର ନାୟକ ମୋନନିତ ହୋଇଥିବାର ଜଣାପଡିଛି । ଜିଲ୍ଲା କନେଷ୍ଟବଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନଙ୍କ ବିଜୟ ପରେ ସନ୍ଧ୍ୟା ସମୟରେ ଆତସବାଜି ଫୁଟାଇ ସହର ପରିକ୍ରମା କରିଥିଲେ । ଏହାସହ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

