Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୋରାରେ ହୋଇଥିବା ଗଞ୍ଜେଇ ଚାଷକୁ ଚଢାଉ କରିବାକୁ ଯାଉଥିବା ବେଳେ ବାଲିଗଣ୍ଡା ଘାଟି ରାସ୍ତା ତଳକୁ ଖସିଲା ପୁଲିସ ଗାଡି

ପାରଳାଖେମୁଣ୍ଡି:୩/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷକୁ ଚଢ଼ଉ କରିବାକୁ ଯାଉଥିବା ବେଳେ ଏକ ବିପଦପୁର୍ଣ ଘାଟି ରାସ୍ତାରେ ଏକ ପୋଲିସ ଗାଡି ଘାଟି ତଳକୁ ଖସି ପଡିଥିଲା. ହେଲେ ଏହି ଗାଡ଼ିରେ ଯାଉଥିବା ୧୫ ଜଣ ପୋଲିସ ଯବାନଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଅଡ଼ବା ପୋଲିସ ଥାନାରୁ ଚୋରା ଗଞ୍ଜେଇ ଚାଷକୁ ଧରିବା ପାଇଁ ପୋଲିସ ଗାଡି ଯାଉଥିବା ବେଳେ କଟାମା ଗ୍ରାମପଞ୍ଚାୟତ ନିକଟସ୍ଥ ବାଲିଗଣ୍ଡା ଘାଟିରେ ପୁଲିସ ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ଅଳ୍ପକେ ୧୫ରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। କିଛି ଘଣ୍ଟା ପରେ ସ୍ଥାନୀୟ ଲୋକଙ୍କ ସହ ପୁଲିସର ମିଳିତ ଉଦ୍ୟମରେ ପୁଲିସ ଗାଡ଼ିକୁ ଉଦ୍ଧାର କରାଯାଇଥିଲା । ଅଡବା ଥାନା ଅନ୍ତର୍ଗତ ଗରଡ଼ମା ଓ କଟାମା ପଞ୍ଚାୟତର କିଛି ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥ‌ିବା ଖବର ପାଇ ପୁଲିସ ଗାଡି ସହ ଅନ୍ୟ କେତେକ ଗାଡି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।