ପାରଳାଖେମୁଣ୍ଡି ଠାରେ ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା୨୦୨୫-୨୦୨୬ ନିମନ୍ତେ ସାମ୍ବାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି:୫/୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫-୨୬ ନିମନ୍ତେ ଆଜି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁଆରୀ ତା .୦୬.୦୧.୨୦୨୬ ଠାରୁ ୧୦.୦୧.୨୦୨୬ ତାରିଖ ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ୍ ଠାରେ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ। ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଆୟୋଜନ ହେବାକୁ ଯାଉଅଛି। ଏହି ମେଳାରେ ପାଞ୍ଚ ଗୋଟି ଜିଲ୍ଲା ତଥା ଗଜପତି,ଗଞ୍ଜାମ,ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଚାଷୀ ଯୋଗଦାନ କରିବେ। ଏହା ସହିତ ଏହି ଜିଲ୍ଲାର କୃଷି ଯନ୍ତ୍ରପାତି ବିତରକ ପ୍ରମୁଖ ଅଂଶ ଗ୍ରହଣ କରିବେ। ଏହି ମେଳାରେ ୧୧୦ ଗୋଟି ଷ୍ଟଲ୍ ରହିବ। ସେଥିମଧ୍ୟରୁ ପ୍ରାୟତଃ ୪୦ ଜଣ ବିତରକଙ୍କ ୬୦ ଗୋଟି ଷ୍ଟଲ୍ ଗୁଡିକରେ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ କରିବା ସହିତ ସରକାରଙ୍କ ରିହାତି ଦରରେ ବିକ୍ରୟ ଏଵଂ କିଣାବିକାର ବ୍ୟବସ୍ଥା ରହିଛି। ଏହା ସହିତ ବିଭିନ୍ନ ବିଭାଗର ମୋଟ ୪୦ ଗୋଟି ଷ୍ଟଲ୍ ରେ ପ୍ରଦର୍ଶନ ସହିତ ଯେଉଁ ଥିରେ କୃଷକ ଉତ୍ପାଦକ ସଂଗଠନ, ସ୍ଵୟଂ ସହାୟକ ଗୋଷ୍ଠୀ, ସେଞ୍ଚୁରୀୟନ୍ ବିଶ୍ୱ ବିଦ୍ୟାଳୟ ଓ ବିଭିନ୍ନ ଏନଜିଓ ଇତ୍ୟାଦି ଷ୍ଟୋଲ ସବୁ ରହିବ। କୃଷି ଯନ୍ତ୍ରପାତିର ସମସ୍ତ କୃଷକଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା ରହିଛି। ଏହି ମେଳାରେ ଦିନକୁ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଚାଷୀ ଅଂଶ ଗ୍ରହଣ କରିବେ। ପ୍ରତିଦିନ ୨୦୦ ରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି । ଚାଷୀଙ୍କୁ ପ୍ରଶିକ୍ଷଣ ଦେବାପାଇଁ ରାଜ୍ୟ ସ୍ତରୀୟ କୃଷି ବୈଜ୍ଞାନିକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵିଦ୍ୟାଳୟର ବୈଜ୍ଞାନିକ ଓ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ ମାନେ ଚାଷୀ ଭାଇ ଭଉଣୀ ମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ପାଇଁ ଅବଗତ କରାଯିବ। ସେହିପରି କୃଷକମାନଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ସଂପର୍କରେ ଜଣାଇବା ସହ ସହଜରେ ଉପଲବ୍ଧ କରାଇବା ନେଇ ଏହି ମେଳା ଅନୁଷ୍ଠିତ ହେବ । ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ଚାଷୀ ଭାଈ ଭଉଣୀ ମାନଙ୍କୁ ସଚେତନତା କରାଯିବ। ସେହିପରି ମିଶ୍ରିତ ଫସଲ ଚାଷ, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତି ର ସଠିକ ଉପଯୋଗ ଓ ପରିଚାଳନା, ଉନ୍ନତ ମାନର ଯାନ୍ତ୍ରିକ ସୁବିଧା ଓ ସୁଯୋଗ ନେବା ପାଇଁ ଚାଷୀଙ୍କୁ ଏହା ମାଧ୍ୟମରେ ପରାମର୍ଶ ଦିଆଯିବ । ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରିବା ସହିତ ରିହାତି ଦରରେ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଅଛି। ଜିଲ୍ଲାର ବିଭିନ୍ନ ବିଭାଗ ତଥା ଉଦ୍ୟାନ ,କୃଷି, ମତ୍ସ, ପ୍ରାଣୀ ସମ୍ପଦ ବିକାଶ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ମିଶନ ଶକ୍ତି ଓ ଓଡିଶା ମିଲେଟ୍ ମିଶନ ଭଳି ବିଭିନ୍ନ ବିଭାଗର ଯନ୍ତ୍ରପାତି ପ୍ରଦର୍ଶିତ କରାଯିବ । ଫଳରେ ଚାଷୀମାନେ ବିଭିନ୍ନ ଚାଷ ସଂପର୍କରେ ଜ୍ଞାନ ଅର୍ଜନ କରିବା ସହିତ କୃଷିର ବିକାଶ ହେବା ସହିତ କୃଷକଙ୍କୁ ସଚେତନ କରାଯିବା ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାସହ ପାଞ୍ଚ ଗୋଟି ଜିଳ୍ଲାର ଚାଷ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଚାଷୀଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯିବ। ସେହିପରି ଚାଷୀ ଓ ଜନସାଧାରଣ ମାନଙ୍କୁ ମନୋରଞ୍ଜନ କରିବା ପାଇଁ ପ୍ରତିଦିନ ସନ୍ଧ୍ୟା ୫ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ସ୍ଥାନୀୟ କଳାକାର ଓ ରାଜ୍ୟସ୍ତରୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ୍.ପ୍ରକାଶ ରାଓ, ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ, ସହକାରୀ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କେ.ସୁରଜ କୁମାର ପାତ୍ର ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

