ଟଙ୍କା ପାଇଁ, ସମୁଦି ସହ ମିଶି ନିଜ ଝିଅକୁ ହତ୍ୟା କଲା ମା!
କାସଗଞ୍ଜ,୬|୧: ନିସ୍ଵାର୍ଥପର ଭଲପାଇବାର ପ୍ରତୀକ ଭାବେ ଉଦାହରଣ ଦେଉଥିବା ମା ଆଜି ଅଭଯୁକ୍ତ ସାଜିଛି | ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ ଯେଉଁଠି ଏକ ମା ନିଜ ଝିଅକୁ ହତ୍ୟା କରିଛି | ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା | ଯେଉଁଠାରେ ମାଆ ସାନ ଝିଅର ଶଶୁର ସହ ମିଶି ବଡ଼ ଝିଅ ଶବନୁରଙ୍କୁ ହତ୍ୟା କରିଛନ୍ତି। ଡିସେମ୍ବର ୨୬ ତାରିଖ ସକାଳେ ଶବନୂରଙ୍କ ମୃତଦେହ ମିଳିଥିଲା | ଉଭୟ ସମୁଦି ଓ ସମୁଦୁଣୀ ଝିଅର ଗଳାଚିପି ହତ୍ୟା କରିଥିଲେ ଏବଂ ପରେ ତାଙ୍କ ଶବକୁ ତାଙ୍କ ଶ୍ୱଶୁର ଘର ଗାଁ ନିକଟରେ ପକାଇ ଫେରାର ହୋଇଯାଇଥିଲେ। ତେବେ ଏହି ଘଟଣାରେ ସାମିଲ ଥିବା ଉଭୟ ଅଭିଯୁକ୍ତ ନଅ ଦିନ ଧରି ପୁଲିସକୁ ଭୁଲ୍ ସୂଚନା ଦେଇଆସୁଥିଲେ । ଏବେ, ପୁଲିସ ଉଭୟଙ୍କୁ ଗିରଫ କରି ଜେଲ ପଠାଇଛି ବୋଲି ଜଣା ପଡିଛି |
ସୂଚନା ଅନୁସାରେ, ଉତ୍ତରପ୍ରଦେଶର କାସଗଞ୍ଜ,ଜିଲ୍ଲା ଅନ୍ତର୍ଗତ ସୁନାଗଡି ଥାନା ଅଞ୍ଚଳରେ ଏହି ଘଟଣାଟି ଘଟିଥିଲା ଯେଉଁଠାରେ ବଡ଼ ଝିଅ ଶବନୁର ତାଙ୍କ ମା’ଙ୍କ ଘରକୁ ଆସିଥିଲେ। ବିଧିବଦ୍ଧ ଯୋଜନା ପୂର୍ବକ ଶବନୁରଙ୍କ ମାଆ ୟାସିନ ଏବଂ ତାଙ୍କ ସାନ ଭଉଣୀର ଶଶୁର ରଇସ ତାଙ୍କୁ ବାହାରକୁ ବୁଲେଇନେବା ଆଳରେ ବଜାରକୁ ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇ ଦେଇଥିଲେ। ସେହି ନିଶାଯୁକ୍ତ ଖାଦ୍ୟ ଖାଇବା ପରେ ଶବନୁର ବେହୋସ ହୋଇପଡିଥିଲେ | ବେହୋସ ହେବା ପରେ ତା’ପରେ ସେମାନେ ତାଙ୍କୁ ରାସ୍ତାରେ ଗଳା ଚିପି ହତ୍ୟା କରିଥିଲେ। ଏବଂ ପରେ ଅଭିଯୁକ୍ତମାନେ ତାଙ୍କ ଶବ ପାଖରେ ତାଙ୍କ ଶ୍ୱଶୁର ଘରର ଠିକଣା ଲେଖି ଫିଙ୍ଗି ପଳାଇଥିଲେ।
ଉଭୟ ହତ୍ୟାକାରୀ ଶବନୁରଙ୍କ ଶଶୁର ଘର ଲୋକଙ୍କ ବିରୁଦ୍ଧରେ ଯୌତୁକ ହତ୍ୟା ମାମଲା ରୁଜୁ କରି ସେମାନଙ୍କୁ ବ୍ଲାକମେଲ୍ କରିବାକୁ ପ୍ଲାନିଂ କରିଥିଲେ। ଏବଂ ପ୍ଲାନିଂ ଅନୁସାରେ, ଶବନୁରଙ୍କ ମା ପୋଲିସ ଥାନାରେ ଯାଇ ଝିଅର ଶଶୁରଘର ଲୋକଙ୍କ ନାଁ ରେ ଅଭିଯୋଗ କରିଥିଲେ | ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ହେବା ପରେ, ଏସପି ଅଙ୍କିତା ଶର୍ମା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତେବେ ଟଙ୍କା ପାଇଁ ଏ ସମସ୍ତ ଯୋଜନା କରାଯାଇଥିଲା | ପୁଲିସ ଏହି ଘଟଣାରେ ଅଭିଯୁକ୍ତ ମାଆ ଏବଂ ତାଙ୍କ ସାନ ଭଉଣୀର ଶଶୁରଙ୍କୁ ଗିରଫ କରିଛି । ଗତ ଡିସେମ୍ବର ୨୬ ତାରିଖ ସକାଳେ ଶବନୂରଙ୍କ ମୃତଦେହ ମିଳିବା ପରେ, ୯ ଦିନ ପରେ, ଆଜି ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ଏହାପରେ ଉଭୟଙ୍କୁ ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଛି ବୋଲି ସୂଚନା ରହିଛି ।

