Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଞ୍ଚୁରିଆନ ୟୁନିଭେରସିଟିର ଏନ.ଏସ.ଏସ ଓ ଯୁବ ରେଡ୍ କ୍ତସ ବିଭାଗ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ପାରଳାଖେମୁଣ୍ଡି:୭/୧(ଗରୁଡ଼ ଧ୍ଵଜ ଚୌଧୁରୀ) ସେଞ୍ଚୁରିଆନ ୟୁନିଭେରର୍ସିଟି ଅଫ୍ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟ (ସିୟୁଟିମ୍)ରେ ଏନଏସଏସ ଓ ଯୁବ ରେଡ୍ କ୍ରସ (ୱାଇ ଆର ସି)ର ମିଳିତ ସହୋଜଗ ରେ ଏକ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଥିଲା।ଏହି ଶିବିରଟି ଡ଼.ଅନୀତା ପାତ୍ର, ରେଜିଷ୍ଟ୍ରାର, ନିର୍ଦ୍ଦେଶକ ତଥା ପ୍ରୋଫେସର ଦୁର୍ଗା ପାଢ଼ୀ, ଡାଇରେକ୍ଟର (ଆଡମିନ୍)ଡ଼. ପ୍ରଜ୍ଞା ପାଣି, ଆସୋସିଏଟ୍ ଡିନ୍, ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ; ଡ଼. ଏସ. ଏନ. ସାନ୍ଧ୍ୟା, ଉପ-ପ୍ରଧାନାଚାର୍ଯ୍ୟା, ସ୍କୁଲ୍ ଅଫ୍ ନର୍ସିଂ; ରିତେଶ କୁମାର, ଡିନ୍, ଷ୍ଟୁଡେଣ୍ଟ ଅଫେୟର୍ସ; ଡ଼. ସୁଶାନ୍ତ କୁମାର ପଟ୍ଟନାୟକ, ରେଡ୍ କ୍ରସ ଅଫିସର; ଏବଂ ଡ଼. ନିହାଲ, ଏନ ଏସ ଏସ ସମନ୍ୱୟକର୍ତ୍ତାଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା।ଏହି ରକ୍ତଦାନ ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ଅବସରରେ ଡ଼. ସୁଶାନ୍ତ କୁମାର ପଟ୍ଟନାୟକ, ସିୟୁଟିଏମ୍ ର ସିନିଅର ୟାଇ. ଆର. ସି. କାଉନସେଲର, ୨୫ତମ ଥର ପାଇଁ ରକ୍ତଦାନ କରି ବିଶ୍ୱବିଦ୍ୟାଳୟରେ ଏକ ଗର୍ବଜନକ ଓ ରେକର୍ଡ ସୃଷ୍ଟି କରିଥିଲେ।ଏହି ଶିବିରକୁ ସିୟୁଟିମର କର୍ମଚାରୀ ବୃନ୍ଦ, ଛାତ୍ର-ଛାତ୍ରୀ ସ୍ୱେଚ୍ଛାସେବକ ମାନେ ଓ ଓଡ଼ିଶା ବ୍ଲଡ ବ୍ୟାଙ୍କ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶ୍ରୀ ଖଗେଶ୍ୱର ବେହେରାଙ୍କ ସହଯୋଗରେ ସଫଳତାର ସହିତ ଏହି ରକ୍ତ ଦାନ ଶିବିର ସମ୍ପନ୍ନ ହଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।