ଗ୍ରୀନଲାଣ୍ଡକୁ କିଣିବାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଯୋଜନା !
ନୂଆଦିଲ୍ଲୀ,୯|୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟଦିନ କିଛି ନାଁ କିଛି ବିବାଦକୁ ନେଇ ଚର୍ଚ୍ଚାରେ ଥାଆନ୍ତି | ଆଜି ପୁଣି ଏକ ଘୋଷଣା କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଗ୍ରୀନଲାଣ୍ଡକୁ କିଣିବାକୁ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କଲେ ଟ୍ରମ୍ପ | ଦ୍ୱୀପ ଦେଶ ଗ୍ରୀନଲାଣ୍ଡକୁ ଅକ୍ତିଆର କରିବାକୁ ନେଇ ଆମେରିକାକୁ ଚାରିଆଡୁ ବିରୋଧ ହେବା ପରେ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଛନ୍ତି | ଗ୍ରୀନଲାଣ୍ଡର ପ୍ରତି ନାଗରିକଙ୍କୁ ୧୦ ହଜାର ଡଲାରରୁ ୧ ଲକ୍ଷ ଡଲାର ଦେବାକୁ କହିଛନ୍ତି ଟ୍ରମ୍ପ । ଏହା ବଦଳରେ ଆମେରିକା ସହ ମିଶିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ସୂଚନା ଅନୁସାରେ, ଟ୍ରମ୍ପ ପ୍ରଶାସନ ଗ୍ରୀନଲ୍ୟାଣ୍ଡବାସୀଙ୍କୁ ସିଧାସଳଖ ନଗଦ ଟଙ୍କା ଦେବାର ବିଚାର କରୁଛନ୍ତି | ଯେଉଁଥିରେ ସେମାନେ ଡେନମାର୍କରୁ ଅଲଗା ହୋଇ ଆମେରିକା ସହିତ ଅଧିକ ନିକଟତର ହେବେ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଆମକୁ ଗ୍ରୀନଲ୍ୟାଣ୍ଡ ଦରକାର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି |
ଅନ୍ୟପଟେ ଆମେରିକାକୁ କଡା ଚେତାବନୀ ଦେଇଛି ଡେନମାର୍କ | ଏନେଇ ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, ଯଦି ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଏ, ତେବେ ପ୍ରଥମେ ଗୁଳି ଚଳାଇବୁ ଏବଂ ପରେ ପ୍ରଶ୍ନ ପଚାରିବୁ | ତେବେ ଇଉରୋପିଓ ଦେଶ ଡେନମାର୍କର ସହର ଗ୍ରୀନଲାଣ୍ଡ ଉପରେ ଆମେରିକାର ଏଭଳି ଧମକକୁ ନେଇ ଇଉରୋପିଓ ସଂଘ ମଧ୍ୟରେ ମଧ୍ୟ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି |
ତେବେ ଏହି ଦ୍ୱୀପ ରାଷ୍ଟ୍ର ଗ୍ରୀନଲ୍ୟାଣ୍ଡ ବର୍ତ୍ତମାନ ଡେନମାର୍କର ଅର୍ଦ୍ଧ-ସ୍ୱାୟତ୍ତଶାସିତ ଅଞ୍ଚଳ ଅଟେ | ଏହି ଦ୍ବୀପ ଦେଶର ଜନସଂଖ୍ୟା ପ୍ରାୟ ୫୭,୦୦୦ ରହିଛି | ଏଠାରେ ପ୍ରଚୁର ପରିମାଣର ଉପକାରୀ ପ୍ରାକୃତିକ ସମ୍ପଦ ରେ ପରିପୂର୍ଣ୍ଣ ରହିଛି | ସୂଚନା ଅନୁସାରେ, ଗ୍ରୀନଲାଣ୍ଡ କିଣିବାକୁ ମୋଟ୍ ୬ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଆକଳନ କରିଛି ଆମେରିକା ପ୍ରଶାସନ |
ଗ୍ରୀନଲାଣ୍ଡ ଆମେରିକାର ଧମକକୁ ନେଇ ଇଉରୋପିଓ ସଂଘ ମଧ୍ୟରେ ବିବାଦ ବଢୁଛି | ତେବେ ଆମେରିକାର ଏହି ପ୍ରସ୍ତାବରେ ଯଦି ଗ୍ରୀନଲାଣ୍ଡ ରାଜି ନହୁଏ, ତାହାଲେ ଆମେରିକା ତାର କୂଟନୈତିକ ଚୁକ୍ତି ଏବଂ ସୈନ୍ୟବଳ ପ୍ରୟୋଗ କରିପାରେ ବୋଲି ଅନୁମାନ କରାଯାଉଛି | ଆମେରିକାର ଏହିଭଳି ମନ୍ତବ୍ୟକୁ ନେଇ ନେଇ ଇଉରୋପୀୟ ନେତାମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି | ଫ୍ରାନ୍ସ, ଜର୍ମାନି, ଇଟାଲି, ପୋଲାଣ୍ଡ, ସ୍ପେନ, ବ୍ରିଟେନ ଏବଂ ଡେନମାର୍କ ଭଳି ପ୍ରମୁଖ ଦେଶର ନେତା ମାନେ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି | ବିବୃତ୍ତି ରେ କୁହାଯାଇଛିଯେ, ଗ୍ରୀନଲ୍ୟାଣ୍ଡର ଭବିଷ୍ୟତ କେବଳ ଗ୍ରୀନଲ୍ୟାଣ୍ଡ ଏବଂ ଡେନମାର୍କର ଅଧିକାରରେ ରହିଛି |
ସେପଟେ ,ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ୱାଶିଂଟନରେ ଡେନମାର୍କର ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ଗ୍ରୀନଲ୍ୟାଣ୍ଡ ବିଷୟରେ ଆଲୋଚନା କରିବେ। କିନ୍ତୁ ଡେନମାର୍କର ଦୂତାବାସ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି ଏବଂ ୱାଶିଂଟନରେ ଗ୍ରୀନଲ୍ୟାଣ୍ଡର ପ୍ରତିନିଧି କାର୍ଯ୍ୟାଳୟ କୌଣସି ପ୍ରତିକ୍ରିୟା ଦେଇନାହିଁ।

