Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ମହେନ୍ଦ୍ର ତନେୟା ଆଶ୍ରମ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୯/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଇଁପୁର ସ୍ଥିତ ମହେନ୍ଦ୍ର ତାନୟା ଆଶ୍ରମ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଯେ , ଛାତ୍ରଛାତ୍ରୀ ମାନେ ଓ ସ୍ଥାନୀୟ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ଆଇନଗତ ବିଷୟ ବସ୍ତୁ ସମ୍ପର୍କରେ ସଚେତନ କରାଇବା । କାର୍ଯ୍ୟକ୍ରମ ସମୟରେ ମୁଖ୍ୟତଃ ନିମ୍ନଲିଖିତ ପ୍ରମୁଖ ବିଷୟ ଗୁଡ଼ିକୁ ଆଲୋଚନା କରା ଯାଇଥିଲା ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) , ନିଶା ସଚେତନତା ଏବଂ ସୁସ୍ଥତା ନେଭିଗେଶନ ଯୋଜନା ସମ୍ପର୍କରେ ସଚେତନତା , ଯାହାର ଲକ୍ଷ୍ୟ ହେଉଛି ଯେ , ଏକ ମାଦକ-ମୁକ୍ତ ଭାରତ ଗଠନ କରି ସୁସ୍ଥ ଜୀବନ ଶୈଳୀକୁ ପ୍ରୋତ୍ସାହନ ଦେବା ।ପରିବେଶ ନ୍ୟାୟ ସଚେତନତା ଅଭିଯାନ , ଯାହା ମାଧ୍ୟମରେ ପରିବେଶ ସୁରକ୍ଷା’ର ଗୁରୁତ୍ୱ ଓ ସ୍ଥାୟୀ ବିକାଶ ପାଇଁ ନାଗରିକ’ଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରା ଯାଇଥିଲା ଅନ୍ୟପକ୍ଷରେ ଶିଶୁ ବିବାହ-ମୁକ୍ତ ଭାରତ ଗଠନ ନିମନ୍ତେ ସଚେତନତା ଅଭିଯାନ , ଯାହାର ଅନ୍ତର୍ଗତ ଜାତୀୟ ଆଇନ ସେବା ପ୍ରାଧିକରଣ – ସଚେତନତା , ସମର୍ଥନ , ସାହାଯ୍ୟ ଏବଂ କାର୍ଯ୍ୟାନୁଷ୍ଠାନ ଯାହାକି ବାଲ୍ୟ ବିବାହ ଦୂର କରିବା ପାଇଁ – ଏସ:ଓପି: କାର୍ଯ୍ୟାନ୍ଵୟନ ସମ୍ପର୍କରେ ଆଲୋଚନା କରା ଯାଇଥିଲା । ସେ ସବୁ ମଧ୍ୟରେ ବାଲ୍ୟ ବିବାହର କୁପ୍ରଭାବ , ସାମାଜିକ ଅପରିଣାମ ଓ ଆଇନଗତ ପରିଣାମ ସମ୍ପର୍କରେ ଅଂଶଗ୍ରହଣକାରୀ ମାନଙ୍କୁ ସଚେତନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେଶ୍ରୀ ବିମଳ ରାଉଳ, ସଚିବ , ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ , ରାୟଗଡା ବ୍ଲକ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବି: କୋମଲାଙ୍ଗି ,ଶ୍ରୀ ପ୍ରଶାନ୍ତ କୁମାର ନିଶିକା, ଗାରାବନ୍ଧ ଥାନା ଅଧିକାରୀ,କଇଁପୂର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ାଃ ସୌମ୍ୟ ରଞ୍ଜନ ଶବର , ରାୟଗଡ଼ ବ୍ଲକ୍ ଏବିଇଓ: ଶ୍ରୀ ଯୁଧିଷ୍ଠିର ବେହେରା , କଇଁପୂର ସରପଞ୍ଚ – ଶ୍ରୀମତୀ ଜୟନ୍ତୀ ସବର , କଇଁପୁର ସ୍ଥିତମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ ଆଇନ ସଂପର୍କରେ ସଚେତନ କରାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ