ଭୁବେନେଶ୍ବର ଠାରେ ଅନୁଷ୍ଠିତ ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ କମିଟି ର ବୈଠକରେ ବିଧାୟକ ଇଁ ରୁପେଶ ପାଣିଗ୍ରାହୀଙ୍କ ଯୋଗଦାନ
ପାରଳାଖେମୁଣ୍ଡି:୧୧/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଭୁବନେଶ୍ୱର ସ୍ଥିତ ବିଧାନସଭା ଭବନ ପରିସରରେ ଥିବା ୫୪ ନମ୍ବର ସ୍ଵତନ୍ତ୍ର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଏମଏସଏମଇ ବିଭାଗ ଅନ୍ତର୍ଗତ ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ କମିଟି ର ଏକ ଆଲୋଚନା ବୈଠକ ବୋର୍ଡ ଅଧକ୍ଷ ଶ୍ରୀ ଦୁଷ୍ମନ୍ତ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ମୁଖ୍ୟତଃ ବୋର୍ଡର ବରିଷ୍ଠ ଅଧିକାରୀ ମାନଙ୍କ ସହିତ କମିଟି ଗୁଡ଼ିକର ଘଟଣା ସ୍ଥଳ ପରିଦର୍ଶନ ସମ୍ପର୍କରେ ପ୍ରାରମ୍ଭିକ ଆଲୋଚନା କରା ଯାଇଥିଲା । ପରେଓଡ଼ିଶା ଖଦୀ ବୋର୍ଡ ଏବଂ ଗ୍ରାମୋଦ୍ୟୋଗ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ ହୋଇଥିଲା ।ଓଡ଼ିଶା ଖଦୀ ଏବଂ ଗ୍ରାମୋଦ୍ୟୋଗ ବୋର୍ଡ ଭୁବନେଶ୍ୱର ସମ୍ମିଳନୀ କକ୍ଷ ଠାରେ ଏ ସମ୍ପର୍କିତ କାଗଜ ପତ୍ର ଦେଖିବା ଏବଂ ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ବିଭାଗୀୟ କମିଶନର ଏବଂ ସରକାରଙ୍କ ଏମଏସଏମଇ: ବିଭାଗୀୟ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା ।ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ବିଧାୟକ ଛବି ମଲ୍ଲିକ , ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ , ବିଧାୟକ ଅରବିନ୍ଦ ମହାପାତ୍ର , ବିଧାୟକ ଲକ୍ଷ୍ମଣ ବାଗ , ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରମୁଖଙ୍କ ସମେତ ବୋର୍ଡ ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଆଲୋଚନା ବୈଠକରେ ଉପସ୍ଥିତ ଥିଲେ । ବିଧାୟକ ରୁପେସ ପାଣିଗ୍ରାହୀ ଗଜପତି ଜିଲ୍ଲା ରାମଗିରି ଓ ଚନ୍ଦ୍ରଗିରି ରେ ଥିବା ଟ୍ରୋଷର ପ୍ରକଳ୍ପ ର ପୁନଃରୁଦ୍ଧାର କରିବା ପାଈ ଦାବି ରଖିଥିଲେ

