Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନରେଗା ବଞ୍ଚାଅ ସଂଗ୍ରାମ ଅଭିଯାନ କୁ ଜିଲ୍ଲାରେ ସଫଳ କରାଇବା ପାଇଁ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମଣ୍ଡି:୧୧/୧(ଗରୁଡ଼ ଧ୍ଵଜ ଚୌଧୁରୀ) MGNREGA ବଞ୍ଚାଅ ସଂଗ୍ରାମ ଅଭିଯାନ କୁ ଗଜପତି ଜିଲ୍ଲାରେ ସଫଳ କରାଇବା ପାଇଁ ପାରଳାଖେୁମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା ୧୦ ଜାନୁଆରୀ ୨୦୨୬ରୁ ୨୫ ଫେବୃଆରୀ ୨୦୨୬ ଆରମ୍ଭ କରିବା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ଭକ୍ତଚରଣ ଦାସ ନିର୍ଦ୍ଦେଶ ଦେଇଛନ୍ତି, ହେଲେ ଆମ ଜିଲ୍ଲା ରେ ବର୍ତ୍ତମାନ ବ୍ଲକ୍ ସ୍ତରୀୟ ଗଜପତି ଉତ୍ସବ କାର୍ଯ୍ୟ ଆରମ୍ଭ ହୋଇଯାଇଛି, ଜିଲ୍ଲା ଉତ୍ସବ ୧୮-୨୨ଜାନୁୟାରୀ ଆରମ୍ଭ ହେବ। ଜିଲ୍ଲା ର ଏହି ସମସ୍ତ ବିଷୟ ସରିବା ପରେ ପ୍ରଦେଶ କଂଗ୍ରେସ ସଭାପତି ଙ୍କ ନିର୍ଦ୍ଦେଶନାରେ ସମସ୍ତ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ପର୍ଯ୍ୟାୟରେ ମାନନୀୟ ଏଆଇସିସି ଅଧ୍ୟକ୍ଷ ଓ ମାନନୀୟ ବିପକ୍ଷ ନେତାଙ୍କ ଚିଠିଗୁଡ଼ିକୁ ଗ୍ରାମପ୍ରଧାନ, ପୂର୍ବତନ ଗ୍ରାମପ୍ରଧାନ, ରୋଜଗାର ସେବକ ଓ MGNREGA ଶ୍ରମିକଙ୍କୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ର କାର୍ଯ୍ୟକ୍ରମ ରେ ଉପସ୍ଥିତ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, ପୂର୍ବତନ ଯୂବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ବଳିଷ୍ଠ କଂଗ୍ରେସ ନେତା ଈଶ୍ୱର ମାଝୀ,ଲବ ସାହୁ,ସୈରା ନାଇଡୁ ମାମାଲି କାର୍ଜି ପ୍ରମୁଖ ଉପସ୍ଥିତ ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories