Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ବିନୋଦିନୀ ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟର ୨୮ ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୧/୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।ଏହି ଅନୁଷ୍ଠାନର ଅଧ୍ଯକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଉପ ଜିଲ୍ଲାପାଳ ତଥା ଉକ୍ତ ଅନୁଷ୍ଠାନର ଗଭର୍ଣିଂ ବଡିର ସଭାପତି ଅନୁପ ପଣ୍ଡା ମୁଖ୍ୟବକ୍ତା ତଥା ସମ୍ମାନିତ ଅତିଥି ରୂପେ ଗୁମ୍ମା ବ୍ଲକର ଅଧ୍ଯକ୍ଷା ସୁନେମୀ ମଣ୍ଡଳ, ଉପାଧ୍ୟକ୍ଷ ଏସ୍. ଶ୍ରୀନିବାସ ରାଓ ଏବଂ ଜୀବା ପଂଚାୟତର ସରପଂଚ ଏଡେଂଗା ଶବର ଯୋଗଦାନ କରିଥିଲେ।ମୁଖ୍ଯ ଅତିଥି ବିଧାୟକ ନିଜ ବକ୍ତବ୍ଯ ରେ ଭିତ୍ତିଭୂମି ପ୍ରତିଷ୍ଠା ଗତ ୨୮ ବର୍ଷ ତଳେ ହୋଇ ଆଜି ପୂର୍ଣ୍ଣାଂଗ ଅନୁଷ୍ଠାନ ହୋଇପାରିଛି ବୋଲି କହିଥିଲେ। ଯେଉଁଠି ଆରମ୍ଭରେ ୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ,ବର୍ତ୍ତମାନ ୬୦୦ରୁ ଉର୍ଦ୍ଧ୍ବ ପଢୁଛନ୍ତି।ଗୁମ୍ମା ଭଳି ଆଦିବାସୀ ବ୍ଲକରେ ଶିକ୍ଷାର ସଂଚାର ଜାତ କରିବାରେ ତାଙ୍କର ପିତା ଡ. ତିରୁପତି ପାଣିଗ୍ରାହୀଙ୍କ ଅବଦାନ ରହିଛି।ତାହାକୁ ଆହୁରି ବିକାଶ କରିବା ପାଇଁ ନିଜ ବିଧାୟକ ପାଣ୍ଠିରୁ ଅଡିଟୋରିୟମ ଏବଂ ଦକ୍ଷତା ବୃଦ୍ଧି ପାଇଁ ଗୋଟିଏ ସ୍ୱତନ୍ତ୍ର ଶ୍ରେଣୀ କକ୍ଷ ସହାୟତା କରିବେ ବୋଲି କହିଥିଲେ।ଅନ୍ୟାନ୍ୟ ଅତିଥି ଛାତ୍ରଛାତ୍ରୀ ମାନଂକୁ ଭବିଷ୍ଯତ ଗଠନ କରି ଶ୍ରେଷ୍ଠ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ସୀତାରାମ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ବିନୋଦ ଚନ୍ଦ୍ର ରଥ ପୁରସ୍କାର ବିତରଣ ତଥା ସାସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଧ୍ୟାପକ ରବିନ୍ଦ୍ର ପାଣିଗ୍ରାହୀ ଧନ୍ଯବାଦ ଅର୍ପଣ କରିଥିଲେ। ସମସ୍ତ ଅଧ୍ୟାପକ/ଅଧ୍ୟାପିକା ସହଯୋଗ କରିଥିଲେ।ବିଶିଷ୍ଟ ଅଭିନେତ୍ରୀ ତଥା ପ୍ରଖ୍ୟାତ ଗାୟିକା ଡ. ଅନୁରାଧା ପାଣିଗ୍ରାହୀ ଛାତ୍ରଛାତ୍ରୀ ମାନଂକୁ ନିଜ ସୁଲଳିତ କଣ୍ଠରେ ମନ୍ତ୍ରମୁଗ୍ଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories