ପାରଳାଖେମୁଣ୍ଡି ଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ ଜାତୀୟ ଯୁବା ଦିବସ ସହ ବିକଶିତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେୁଣ୍ଡି:୧୨/୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ସଖୀୱାନ୍ ଷ୍ଟପ ସେଣ୍ଟର ( ଆଇ:ଏସ୍:ଆର:ଡି) ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ “ନିଶାମୁକ୍ତ ଯୁବା ପାଇଁ ବିକଶିତ ଭାରତ ଅଭିଯାନ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲାପାଳ ଶ୍ରୀ ମୁନିନ୍ଦ୍ର ହୋନନାଗା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ସେ କହିଥିଲେ ଯେ ଆମ ସମାଜରେ ନିଶା ଏକ ବ୍ୟାଧି ହୋପଡ଼ିଛି ଆଜିକାଲି ଯୁବାବସ୍ଥାରେ ପିଲାମାନେ ଯେଉଁ ପ୍ରକାର ନିଶାର ବହୁଳ ବ୍ୟବହାର କରି ବିପଥଗାମୀ ହେଉଛନ୍ତି , ଯଦି ନିଶାକୁ ପରିତ୍ୟାଗ କରିବା ସହ ନାରୀକୁ ଉଚିତ୍ ସମ୍ମାନ ଦେବା ତା ହେଲେ ଭବିଷ୍ୟତରେ ଆମ ସମାଜ ସୁଦୃଢ଼ ହେବା ସହ ସମାଜର ବିଶେଷ ପ୍ରଗତି ଓ ଅଗ୍ରଗତି ହୋଇପାରିବ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମରେ ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , କିଶୋରୀ ନ୍ୟାୟ ପରିଷଦର ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଷ୍ଟାଫ , ଚାଇଲ୍ଡ ଲାଇନ ଷ୍ଟାଫ , ହବ୍ ଷ୍ଟାଫ୍ , ଟ୍ରାନ୍ସଜେଣ୍ଡର ସେକ୍ରେଟାରୀ ଜସ୍ମିନ ସେକ , ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଉକ୍ତ ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶତାଧିକ ସଂଖ୍ୟାରେ ସାମିଲ ହୋଇ ପ୍ଲାକାର୍ଡ ଧରି ନିଶାମୁକ୍ତ ଓ ବାଲ୍ୟ ବିବାହ ସମ୍ପର୍କିତ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନମାନ ଦେଇ ସହର ପରିକ୍ରମା କରିଥିଲେ ।ପରେ ୱାନ୍ ଷ୍ଟପ୍ ସେଣ୍ଟର ଠାରେ ପହଞ୍ଚି ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଶୋଭାଯାତ୍ରା ଜିଲାପାଳ’ଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସଖୀ ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ର ନିକଟରେ ଶେଷ ହୋଇଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମକୁ ସଖୀ ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଅନନ୍ୟା ପାତ୍ର’ଙ୍କ ସମେତ ଶ୍ରୀ ନାଗେଶ୍ଵର ଚୌଧୁରୀ , ଶ୍ରୀମତୀ ମଧୁସ୍ମିତା ପାଢି , ଶ୍ରୀମତୀ ସୁନିତା ବେହେରା , ମୋହିନୀ ପ୍ରଧାନ , ଶିବାନୀ ସାମନ୍ତ , ନିରୁପମା ଜେନା , ଟି: ସୁରେଶ କୁମାର , ଦିବ୍ୟ କୁମାର ସୁଆର ଓ ହରିକୃଷ୍ଣ ଚୌଧୁରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

