Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଂଲାଦେଶରେ ବଢୁଛି ସଂଖ୍ୟାଲଘୁ ବିରୋଧୀ ହିଂସା; ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୩|୧: ବାଂଲାଦେଶରେ ହିନ୍ଦୁ ବିରୋଧୀ ବିବାଦ ଥମିବାର ନ ଧରୁନି | ଦିନକୁ ଦିନ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି | ପୁଣି ଗତ ରବିବାର ଫେନିର ଦାଗୋନଭୂଇଁଆନରେ ଆଉ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ପୋଲିସର ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ସମୟରେ ଦୁର୍ବୃତ୍ତମାନେ ୨୮ ବର୍ଷୀୟ ସମୀର କୁମାର ଦାସଙ୍କୁ ହତ୍ୟା କରିଥିଲେ ଏବଂ ପରେ,ତାଙ୍କ ସିଏନଜି ଅଟୋରିକ୍ସା ନେଇ ସେଠାରୁ ଫେରାର ହୋଇ ଯାଇଥିଲେ । ସମୀର ଘରକୁ ନ ଫେରିବା ପରେ ତାଙ୍କ ପରିବାର ଲୋକେ ତାଙ୍କ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ବହୁ ଖୋଜାଖୋଜି ପରେ ମଧ୍ୟ ନ ପାଇବାରୁ ପୁଲିସର ସାହାଯ୍ୟ ନେଇଥିଲେ। ରାତି ପ୍ରାୟ ୨ଟା ପାଖାପାଖି କିଛି ସ୍ଥାନୀୟ ଲୋକ ଦକ୍ଷିଣ କରିମପୁରର ମୁହୁରି ବାରି ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ତେବେ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଛି।

ସୂଚନା ଅନୁସାରେ, ଗତ ୨୫ ଦିନ ମଧ୍ୟରେ ବାଂଲାଦେଶରେ ଆଠ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ମୈମନସିଂ ଜିଲ୍ଲାର ଭାଲୁକା ଅଞ୍ଚଳରେ ଉଗ୍ରବାଦୀଙ୍କ ଏକ ଭିଡ଼ ଦ୍ୱାରା ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ସେହି ଘଟଣାର କିଛିଦିନ ପରେ,ପୁଣି ଡିସେମ୍ବର ୨୪ ତାରିଖରେ ଅମୃତ ମଣ୍ଡଳଙ୍କୁ ହତ୍ୟା କରାଯାଇଥିଲା। ଡିସେମ୍ବର ୧୨, ୨୦୨୫ ରେ, ଇନକିଲାବ ମଞ୍ଚ ନେତା ସରିଫ ଓସମାନ ହାଦିଙ୍କୁ ଢାକାରେ ଗୁଳି କରାଯାଇଥିଲା। ସେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ତେବେ ଏହି ଘଟଣା ପରେ ପରିସ୍ଥିତି ଏତେ ଖରାପ ହେଲାଯେ, ସେବେଠାରୁ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ