Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିଜିଲ୍ଲା ଅମଲା ସଙ୍ଘ ତରଫରୁ କଳା ବ୍ୟାଜ ପରିଧାନ କରି ପ୍ରତିବାଦ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ମିଳିତ ଅମଲା ସଙ୍ଘ ତରଫରୁ କଳା ବ୍ୟାଜ ପରିଧାନ କରି ଆଜି ତୃତୀୟ ଦିନରେ ଶାନ୍ତି ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।କନିଷ୍ଠ ସହାୟକଙ୍କ ବେତନ ଲେବଲରେ ୪ରୁ ଲେବଲ ୯ କୁ ବୃଦ୍ଧି କରିବା ନିମନ୍ତେ ୨୦୧୭ ମସିହାରୁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି।
ସେମାନଙ୍କ ଏହି ସମସ୍ୟା ବିଷୟରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରି ବାରୁ ଚଳିତ ମାସ ୨୨ ରୁ ୩୧ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିବେ ଏବଂ ଏକ ଜୁନ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ଯିବା ନିମନ୍ତେ ନିଷ୍ପତ୍ତି ହୋଇଛି।ଏଥି ନିମନ୍ତେ ଗତ ୨୧ ତାରିଖରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ୨ରେ ମିଳିତ ଅମଲା ମଞ୍ଚର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା।ମିଳିତ ଅମଲା ମଞ୍ଚ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିବା ଏ ନେଇ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ