Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥାଇଲାଣ୍ଡରେ,ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୨୨ ମୃତ ଏବଂ ୩୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ,୧୪|୦୧: ଥାଇଲାଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା | କ୍ରେନ୍ ଖସିପଡ଼ିବାରୁ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିଲା । ଫଳରେ ଏହି ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଛନ୍ତି । ନାଖୋନ୍ ରତଚାସିମା ପ୍ରୋଭିନ୍ସରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି | ରେଲୱେ ପ୍ରକଳ୍ପ କାମରେ ନିୟୋଜିତ ହୋଇଥିବା କ୍ରେନ୍ ହଠାତ୍ ଉପରୁ ଖସିପଡ଼ିଥିଲା । ଯାହା ଫଳରେ ଲାଇନ୍ଚ୍ୟୁତ ହୋଇ ଟ୍ରେନ୍‌ରେ ନିଆଁ ଲାଗିଥିଲା।

ନାଖୋନ୍ ରାଚାସିମା ପ୍ରଦେଶର ସ୍ଥାନୀୟ ପୋଲିସ ମୁଖ୍ୟ ଥାଚାପୋନ୍ ଚିନାୱଙ୍ଗଙ୍କ ଅନୁଯାୟୀ, ଏହି ଦୁର୍ଘଟଣାରେ “୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବ୍ୟାଙ୍କକରୁ ୨୩୦ କିଲୋମିଟର (୧୪୩ ମାଇଲ) ଉତ୍ତର-ପୂର୍ବରେ ଅବସ୍ଥିତ ନାଖୋନ୍ ରାଚାସିମା ପ୍ରଦେଶର ଶିଖିଓ ଜିଲ୍ଲାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା।

ଏଏଫପି ରିପୋର୍ଟ ଅନୁସାରେ, ଟ୍ରେନ୍ ଟି ବ୍ୟାଙ୍କକରୁ ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡ ଅଭିମୁଖେ ଯାଉଥିବା ସମୟରେ ଟ୍ରାକ୍ ନିକଟରେ ଏକ ହାଇ-ସ୍ପିଡ୍ ରେଳ ନିର୍ମାଣ ସ୍ଥାନରେ କାର୍ଯ୍ୟ କରୁଥିବା ଏକ କ୍ରେନ୍ ସହିତ ଧକ୍କା ହୋଇଥିଲା। ଏହି ଧକ୍କା ଯୋଗୁଁ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇଥିଲା। ଏବଂ କିଛି ସମୟ ପରେ ଏଥିରେ ନିଆଁ ଲାଗିଯାଇଥିଲା। ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା | ତେବେ ଉଦ୍ଧାର କାର୍ଯ୍ୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯେଉଁଥିରେ ଆହତ ଲୋକଙ୍କୁ ଭଗ୍ନାବଶେଷ କାଟି ଉଦ୍ଧାର କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ