Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ରୁପେଶ ପାଣିଗ୍ରାହି ନୂତନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ’ଙ୍କୁ ଭେଟି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ନେଇ ଆଲୋଚନା

ପାରଳାଖେମୁଣ୍ଡି:୧୪/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେୁଣ୍ଡି ର ବିଧାୟକ ଶ୍ରୀ ଇଂ.ରୁପେଶ କୁମାର ପାଣିଗ୍ରାହୀ ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ ଭେଟି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକୁ ନେଇ ଆଲୋଚନା କରିଥିବା ଜଣାଯାଇଛି l ବିଶେଷକରି ସେ ପାରଳାଖେମୁଣ୍ଡିର ପ୍ରସ୍ତାବିତ ବାଇପାସ୍ ରାସ୍ତାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଏବଂ ତୁରନ୍ତ ରାସ୍ତା ହେଲେ ଜିଲ୍ଲାବାସୀ କିଭଳି ବିଭିନ୍ନ କ୍ଷେତ୍ରରେ ଉପକୃତ ହେବେ ସେ ସମ୍ପର୍କରେ ଆଲୋଚନା କରିଥିଲେ
ଅନ୍ୟପକ୍ଷରେ ଏହି ବାଇପାସ୍ ରାସ୍ତା ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ କାର୍ଯ୍ୟକ୍ଷମ ହେଲେ ଏହା ପାରଳାଖେମୁଣ୍ଡି ସହରର ଟ୍ରାଫିକ୍ ସମସ୍ୟା ଦୂର କରିବାରେ ବେଶ ସହାୟକ ହୋଇପାରିବ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ। ଏହା ବ୍ୟତୀତ ଚାଷୀମାନଙ୍କ କିଛି ଗୁରୁତର ସମସ୍ୟା ଯାହାକି ମଣ୍ଡିରେ ତୁରନ୍ତ ଧାନ ଦେବା ଏବଂ ଉଚିତ୍ ପ୍ରାପ୍ୟ ମିଳିବା ସମାଧାନ ହେବା ସହ ଛୋଟ ଏବଂ ନାମମାତ୍ର ଚାଷୀମାନଙ୍କୁ ପୋଙ୍ଗଲ ପାଳନ କରିବାରେ ନିଶ୍ଚିତ ଭାବେ ସାହାଯ୍ୟ କରିବ, କାରଣ ଅଧିକାଂଶ ଚାଷୀ ଗୋସାଣୀ ଏବଂ କାଶୀନଗର ବ୍ଲକ ଅଞ୍ଚଳ ର ଏବଂ ଅଧିକାଂଶ ଚାଷୀ ତେଲୁଗୁ ସମ୍ପ୍ରଦାୟର । ବିଧାୟକ ଶ୍ରୀ ପାଣିଗ୍ରାହୀ ମଧ୍ୟ ଜିଲ୍ଲାପାଳଙ୍କୁ ନୂତନ ବର୍ଷରେ ତାଙ୍କର ରହିଥିବା ମିଶନକୁ ନିଶ୍ଚିତ ଭାବେ ସଫଳ କରିବାକୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ବେଳେ ଗୋସାଣୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଏନ.ବିରରାଜୁ ଏବଂ କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା ଏବଂ ଜିଲ୍ଲା ପରିଷଦ ସଦସ୍ୟ ଏସ.ବାଲରାଜୁ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories