Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ୫୦୦ କୁକୁରଙ୍କୁ ହତ୍ୟା ! ବିଷ ଇଞ୍ଜେକ୍ସନ ଦେଇ ମାରିଦେଲେ ସରପଞ୍ଚ

ହାଇଦ୍ରାବାଦ,୧୪|୦୧: ତେଲଙ୍ଗାନାର ହାଇଦ୍ରାବାଦରୁ ଏକ ଚାଞ୍ଚଲ୍ୟ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି | ଯାହା ବିଷୟରେ ଆପଣ ଶୁଣିଲେ ସ୍ତବ୍ଧ ହୋଇ ଯିବେ | ଭୋଟ୍ ପାଇଁ କୁକୁରକୁ କଲେ ହତ୍ୟା । ନିର୍ବାଚନ ବେଳେ ଦେଇଥିଲେ ପ୍ରତିଶୃତି। ଆଉ ଜିତିଲା ପରେ ପ୍ରତିଶୃତି ପୂରଣ କରିବାକୁ ଆରମ୍ଭ ହୋଇଗଲା କୁକୁର କିଲିଂ। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୫୦୦ରୁ ଅଧିକ କୁକୁରଙ୍କୁ ହତ୍ୟା । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି |

ସୂଚନା ଅନୁସାରେ, ୨୦୨୬ ଜାନୁଆରୀ ୧୨ ତାରିଖରେ ଷ୍ଟ୍ରେ ଆନିମଲ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଆଦୁଲାପୁରମ୍ ଗୌତମ ମାଚାରେଡି ଥାନାରେ ସଙ୍ଗୀନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ମାଚାରେଡି ଥାନା ଅଞ୍ଚଳରେ ଭାବନିପେଟ, ପଲବାଞ୍ଚା, ଫରିଦପେଟ, ୱାଡି ଏବଂ ବୃନ୍ଦାରମେଶ୍ୱରପାଲ୍ଲୀ ଗାଁ ରହିଛି । ଯେଉଁଠାରେ ଗତ ଦୁଇରୁ ତିନି ଦିନ ଭିତରେ ପ୍ରାୟ ୪୦୦ରୁ ୫୦୦ ବୁଲା କୁକୁରଙ୍କୁ ନୃଶଂଶ ଭାବେ ହତ୍ୟା କରାଯାଇଛି। ସୂଚନା ମୁତାବକ ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶ ଅନୁସାରେ,କୁକୁରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି।

ଗ୍ରାମବାସୀଙ୍କ କହିବାନୁସାରେ, ଗତ ଡିସେମ୍ଵରରେ ହୋଇଥିବା ନିର୍ବାଚନରେ ବୁଲା କୁକୁର ସମସ୍ୟା ଦୂର କରିବା ନେଇ ସରପଞ୍ଚ ପ୍ରାର୍ଥୀମାନେ ପ୍ରତିଶୃତି ଦେଇଥିଲେ। ତେବେ ନିର୍ବାଚନ ଜିତିବା ପରେ ଏହାକୁ ପୂରଣ କରିବା ପାଇଁ ଏହି କିଲିଂ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେଣୁ ଏତେ ସଂଖ୍ୟାରେ କୁକୁରଙ୍କୁ ସାମୂହିକ ଭାବେ ହତ୍ୟା କରାଯାଇଛି। ଏବଂ ଗାଁ ବାହାରେ ଏହି କୁକୁରଙ୍କ ଶବ ପୋତା ଯାଇଛି ବୋଲି ଜଣାପଡିଛି । ସୂଚନା ପାଇ ପଶୁ ଚିକିତ୍ସକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁକୁରଙ୍କ ଶବ ମାଟି ଭିତରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ