Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମିଳିଲାନି ମହାପ୍ରୟାଣ, ବାଇକରେ ଶବ ବୋହିଲେ ସମ୍ପର୍କୀୟ

ପାରଳାଖେମୁଣ୍ଡି:୧୫/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ର ରୁ ଶବ ନେବାପାଇଁ ମହାପ୍ରୟାଣ ଗାଡି ଯୋଗାଇବା ପାଇଁ ପରିବାର ଲୋକେ ଗୁହାରି କଲେ । କିନ୍ତୁ ମେଡିକାଲ ପକ୍ଷରୁ ଗାଡି ଦେଲେନି, ଶେଷରେ ବାଇକରେ ଶବ ବୋହିନେଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ମାନ କରିଛନ୍ତି ଏମିତିକି ମେଡିକାଲରୁ ଶବ ନେବାପାଇଁ ସରକାର ନିଃଶୁଳ୍କ ଗାଡି ଯୋଗାଇ ଆସୁଛନ୍ତି। ହେଲେ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ସେରଙ୍ଗ ଗ୍ରାମର ଚନ୍ଦ୍ରଧ୍ବଜ ସିଂ (୬୨) ବୁଧବାର ଅସୁସ୍ଥ ହେବାରୁ ତାଙ୍କୁ ନିକଟସ୍ଥ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଡ଼ଃ. ଆଲୋକ ଚନ୍ଦ୍ରଧ୍ବଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଶବ ନେବାପାଇଁ କାର୍ଯ୍ୟରତ କର୍ମଚାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ବାଧ୍ୟହୋଇ ପରିବାର ଲୋକ ବାଇକ ରେ ମୃତ ଶରୀରକୁ ନେଇଥିବା ଜଣାପଡିଛି।
ଚର୍ଚ୍ଚାର ବିଷୟ କି ସରକାରର ମାଳ ମାଳ ଯୋଜନା କାହାପାଇଁ ଜଣେ ନିରୀହ ଗରିବ ଲୋକ ସରକାରର ଯୋଜନାରୁ ବଞ୍ଚିତ ହୋଇ ଗାଡ଼ିଟିଏ ଭଡାରେ ନେଇପାରୁନାହାନ୍ତି ଆଉ ବାଇକ ରେ ଶବ ନେବାକୁ ବାଧ୍ୟ ହେଉଛନ୍ତି। ତେଣୁ ବୁଦ୍ଧିଜୀବୀ ମାନେ ଏହାକୁ ଘୋର ନିନ୍ଦା କରିଛନ୍ତି।ହ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପରିବାର ଦାବି କରିଛନ୍ତି।ଏସମ୍ପର୍କରେ ଗୁମ୍ମା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ଏ ବିଷୟ ମୋ ନଜରକୁ ଆସିନଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories