Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ଜୋର୍ଣ୍ଣାଲିଷ୍ଟ ୟୁନିଅନ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ପାରଳାଖେମୁଣ୍ଡି:୧୬/୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ଜୋର୍ଣ୍ଣାଲିଷ୍ଟ ୟୁନିୟନ ର ପୂର୍ବତନ ସଭାପତି ଅଶ୍ୱିନ କୁମାର ପାତ୍ର ଙ୍କ ସଭାପତିତ୍ବ ରେ ଏହି କର୍ମକର୍ତ୍ତା ଚୟନ କରାଯାଇଥିବା। କର୍ମକର୍ତ୍ତା ଚୟନ ସମୟରେ ପୂର୍ବତନ ସମ୍ପାଦକ ମିହିର ରଞ୍ଜନ ଜତି ସଂଘର ଉଦେଶ୍ୟ ଓ କାର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ। ନୂତନ ସଭାପତି ଭାବରେ ସର୍ବସମ୍ମତି ଭାବେ ଗଣେଶ ଚନ୍ଦ୍ର ବିଷୋୟୀ,ଉପସଭାପତି ଭାବେ ସୋନି ବେହେରା,ସମ୍ପାଦକ ଭାବେ ମନ୍ମଥ ମିଶ୍ର,ସହ ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ବେହେରା, କୋଷାଧ୍ୟକ୍ଷ ଭାବେ ତ୍ରିପତି ବିଷୋୟୀରତ୍ନ ଙ୍କୁ ସମସ୍ତ ଙ୍କ ଉପସ୍ଥିତ ସହ ସହମତି କ୍ରମେ ଚୟନ କରାଯାଇଥିଲା।ଆଗାମୀ ଦିନରେ କିଭଳି ସାମ୍ବାଦିକଙ୍କ ସ୍ବାର୍ଥ ଓ ସୁରକ୍ଷା ସୁଦୃଢ଼ ହେବ ସେହି ସମ୍ପର୍କରେ ଗୁରୁତ୍ବ ଦିଆଯିବା ନେଇ ନୂତନ ସଭାପତି ଗଣେଶ ଚନ୍ଦ୍ର ବିଷୋୟୀ ନିଜର ମତ ରଖିଥିଲେ। ସେହିଭଳି ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଦୁର୍ନିତି ବିରୋଧରେ ଲଢ଼ିବା ଓ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କିଭଳି ଦୁର୍ନୀତି ବଢ଼ି ଚାଲିଛି ତାହା ଖବର ମାଧ୍ୟମରେ ପ୍ରକାଶ କରିବା ନେଇ ନୂତନ ସମ୍ପାଦକ ମନ୍ମଥ ମିଶ୍ର ନିଜର ମତ ରଖିଥିଲେ।ଏହି କର୍ମକର୍ତ୍ତା ଚୟନ ରେ ଆଇନ ପରାମର୍ଶ ଦାତା ସନ୍ତୋଷ କୁମାର ପାଢ଼ୀ,ଉପଦେଷ୍ଟା ମିହିର ରଞ୍ଜନ ଜତି,ଅଶ୍ୱିନ କୁମାର ପାତ୍ର ଓ ପିଣ୍ଟୁ ପ୍ରଧାନ ପ୍ରମୁଖ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories