Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳଖେମୁଣ୍ଡି କଳା ସଂସ୍କୃତି ଟ୍ରଷ୍ଟ ଦ୍ଵାରା ହାଇଟେକ୍ ପ୍ଲାଜା ପଡିଆ ରେ ମକର ସଂକ୍ରାନ୍ତି ଉତ୍ସବ ଧୁମ ଧାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୬/୧(ଗରୁଡ଼ ଧ୍ୱଜ ଚୌଧୁରୀ) ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ମକର ସଂକ୍ରାନ୍ତି ଓ ପୋଙ୍ଗଲ ବହୁ ଧୁମ ଧାମରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେୁଣ୍ଡି ସ୍ଥିତ ହାଇଟେକ୍ ପ୍ଲାଜା ରାମନଗର ଠାରେ ପାଳିତ ହୋଇଯାଇଛି, ଉଭୟ ତେଲୁଗୁ ଓଡିଆ ଭାଷା ଭାଷୀ ଲୋକେ ମିଳିତ ଭାବେ ପାଳନ କରନ୍ତି, ଆଜି ଏହି ଅବସର ରେ ପାରଳାଖେମୁଣ୍ଡି କଳା ସଂସ୍କୃତି ଟ୍ରଷ୍ଟ ଦ୍ଵାରା ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ପ୍ରଥମେ ହାଇଟେକ୍ ଗ୍ରୁପ ଅଧକ୍ଷ ଡ:ତିରୁପତି ପାଣିଗ୍ରାହୀ ଓ ପାରଳାଖେମୁଣ୍ଡି ବିଧାୟକ ପ୍ରଦୀପ ଉଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭ ଆରମ୍ଭ କରିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଆକର୍ଷଣ ଓଲିଉଡ ଜଣାଶୁଣା କଣ୍ଠଶିଳ୍ପୀ ,ଅଭିନେତ୍ରୀ ଡ଼: ଅନୁରାଧା ପାଣିଗ୍ରାହୀ, ଅଭିନେତ୍ରୀ ଶୀତଲ ପାତ୍ର ସେଇଭଳି ଆନ୍ଧ୍ରପ୍ରଦେଶ ରୁ ଆସିଥିବା ନୃତ୍ୟ ପ୍ରଦର୍ଶନ ସହ ଓ ପ୍ରିୟା ମହାପାତ୍ର, କିସର ବେହେରା
ହେମନ୍ତ ଯାଦବ ଙ୍କ ଗୀତ ରେ ଝୂମିଲେ ଦର୍ଶକ ସେଇଭଳି ଦ୍ୱିତୀୟ ସନ୍ଧ୍ୟା ରେ ତେଲୁଗୁ ହାସ୍ୟ ଅଭିନେତା ଆଲି କୁ ଦେଖିବା ପାଇଁ ଓ ତାଙ୍କ ହାସ୍ୟ ଅଭିନୟ ଦେଖିବାପାଇଁ 6 ହଜାର ରୁ ଉର୍ଦ୍ଧ ଜନଗହଳି ହୋଇଥିଲା, ଏହି କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟନ କଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ବିଧାୟକ ଏମ.ଗୋବିନ୍ଦ ରାଓ ଅନ୍ଦବାଲସା ବିଧାୟକ କେ.ରବି କୁମାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ,ପାରଳା ବିଧାୟକ ରୁପେଷ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ଥିଲେ l ଏହି ଉସ୍ରବ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପୌରଧକ୍ଷା ନିର୍ମଳା ସେଠୀ,ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ଭରତ ଭୁଷଣ ମହାନ୍ତି ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସଂସ୍କୃତିକ କାର୍ଯକ୍ରମ ର ମଜା ଉଠାଇ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories