Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ; ହାୱଡାରୁ କାମାକ୍ଷା ଲାଗିବ ୧୪ ଘଣ୍ଟା

କଲକାତା,୧୭|୧: ଉଦଘାଟନ ହୋଇଛି ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ | ଆଜି ପଶ୍ଚିମବଙ୍ଗର ମାଲଦାରେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ କରିଛନ୍ତି । ହାୱଡ଼ା ଏବଂ ଗୌହାଟି ମଧ୍ୟରେ ଚାଲିବାକୁ ଥିବା ଟ୍ରେନକୁ ନୀଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାମନ୍ତ୍ରୀ | ଏହା ସହିତ ଟ୍ରେନ ଡ୍ରାଇଭରଙ୍କୁ ଭେଟି ଏହା ବିଷୟରେ ପଚାରି ବୁଝିବା ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ପିଲାମାନଙ୍କ ସହ କଥା ହୋଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, “ବନ୍ଦେ ଭାରତ ଟ୍ରେନ ଲୋକଙ୍କ ଯାତ୍ରାକୁ ଆହୁରି ଆରାମଦାୟକ କରିବ। ଏହି ଟ୍ରେନ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମିତ ହୋଇଛି। ଏହି ଟ୍ରେନ ମା କାଳୀଙ୍କ ଭୂମିକୁ ମା କାମାକ୍ଷାଙ୍କ ଭୂମି ସହିତ ସଂଯୋଗ କରିବ।” ଏହା ଦ୍ୱାରା ହାଓଡ଼ା-ଗୌହାଟି ରୁଟରେ ଯାତ୍ରା ସମୟକୁ ପୂର୍ବ ଅପେକ୍ଷା ପ୍ରାୟ ୨.୫ ଘଣ୍ଟା କମ କରିବ। ଯାହା ପୂର୍ବରୁ ପ୍ରାୟ ୧୭ ଘଣ୍ଟା ଲାଗୁଥିଲା | ଆଉ ଏବେ ୧୫ ଘଣ୍ଟା ଲାଗିବ | ଯାହାଦ୍ୱାରା ଯାତ୍ରୀ ମାନେ ପୂର୍ବ ଅପେକ୍ଷା ଗନ୍ତବ୍ୟ ସ୍ଥଳରେ ଜଲ୍ଦି ପହଞ୍ଚି ପାରିବେ |

ବନ୍ଦେ ଭାରତ ଟ୍ରେନର ଉଦଘାଟନ ସହିତ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ୩,୨୫୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଏବଂ ସଡ଼କ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଥିଲେ। ସେ ଭର୍ଚୁଆଲ ମାଧ୍ୟମରେ ଚାରୋଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନଗୁଡ଼ିକ ଉତ୍ତର ବଙ୍ଗର ନ୍ୟୁ ଜଳପାଇଗୁଡ଼ି ଏବଂ ଆଲିପୁରଦୁଆରକୁ ଭାରତର ଅନ୍ୟାନ୍ୟ ସ୍ଥାନ ସହିତ ମଧ୍ୟ ସଂଯୋଗ କରିବ।

ଟ୍ରେନ୍‌ରେ ପରିଷ୍କାର ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଜୀବାଣୁନାଶକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। ରେଳ ମନ୍ତ୍ରଣାଳୟ ଅନୁସାରେ, କୋଚଗୁଡ଼ିକରେ ୟୁଭିସି ପ୍ରଯୁକ୍ତିବିଦ୍ୟାକୁ ସାମିଲ କରାଯାଇଛି। ଯାହା ବାୟୁରେ ଥିବା ଭୂତାଣୁ ଓ ଜୀବାଣୁକୁ ନଷ୍ଟ କରିବାରେ ସାହାଯ୍ୟ କରିବ। ଏହି ସିଷ୍ଟମ ବାୟୁକୁ ଫିଲ୍ଟର ଓ ସଫା କରିବା ପରେ ଶୁଦ୍ଧ ବାୟୁ ବାହାର କରିବ।

ଏଥିରେ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ ମଧ୍ୟ ରହିଛି, ଯାହା ନିରନ୍ତର ଟ୍ରେନ୍ ଗତି ଓ ସିଗନାଲିଂ ଉପରେ ନଜର ରଖିଥାଏ। ଏହାଦ୍ୱାରା ଟ୍ରେନ ଦୁର୍ଘଟଣାର ଆଶଙ୍କା ଯଥେଷ୍ଟ କମ୍ ହେବ। ଏବଂ ଏଥିରେ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଉଚ୍ଚମାନର କମ୍ବଳ, କଭର ଏବଂ ଉନ୍ନତ ବେଡ୍‌ରୋଲ ମଧ୍ୟ ଯୋଗାଇ ଦିଆଯିବ। ଏହାସହିତ ଖାଦ୍ୟ ପାନୀୟ ପାଇଁ କ୍ୟାଟରିଂ ସେବା ମଧ୍ୟ ଉପଲବ୍ଧ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories