Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡିଗୋ କମ୍ପାନୀକୁ ୨୨ କୋଟି ୨୦ ଲକ୍ଷର ଜରିମାନା:ଡିଜିସିଏ

ନୂଆଦିଲ୍ଲୀ,୧୮।୧: ଘରୋଇ ବିମାନ ସେବା ଇଣ୍ଡିଗୋ କମ୍ପାନୀ କୁ ପଡିଛି ଜରିମାନା। ୨୨ କୋଟି ୨୦ ଲକ୍ଷର ଜରିମାନା ପକାଇଛନ୍ତି କେନ୍ଦ୍ର ସରକାର। ବିମାନ ସେବାରେ ତ୍ରୁଟି ଯୋଗୁଁ ହୋଇଛି ଜରିମାନା।

ସୂଚନା ଯୋଗ୍ୟ, ଗତ ଡିସେମ୍ବର ମାସରେ ଏହି ଘରୋଇ ବିମାନ ସେବା କମ୍ପାନୀ ଅନେକ ଯାତ୍ରୀଙ୍କୁ ଅସୁବିଧାରେ ପକାଇଥିଲା। ଦେଶରେ ବିଭିନ୍ନ ବିମାନ ବନ୍ଦରରେ ଶହ ଶହ ବିମାନ କ୍ୟାନସଲ ହେବା ସହିତ ବିମାନ ସେବାରେ ବିଳମ୍ବ ମଧ୍ୟ ହୋଇଥିଲା। ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦିନ ଦିନ ଧରି ଯାତ୍ରୀମାନେ ବିଭିନ୍ନ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ।

ଏଥିପାଇଁ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ନିଆ ଯାଇନଥିଲା। କିନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏ ଘଟଣାକୁ ଗୁରୁତ୍ବର ସହ ନେଇ ଘଟଣାର ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁସାରେ, ଡିଜିସିଏର ଏକ ୪ ଜଣିଆ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। ଏବେ ଏହି କମିଟି ଘଟଣାର ତଦନ୍ତ କରି ସମସ୍ତ ରିପୋର୍ଟ ମନ୍ତ୍ରାଳୟକୁ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories