ଗୁମ୍ମା ବ୍ଲକ ଅନ୍ତର୍ଗତ କୃଷ୍ଣ ଚନ୍ଦ୍ର ପୁର ଏସଏସଡି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୮/୧(ଗରୁଡ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୃଷ୍ଣ ଚନ୍ଦ୍ର ପୁର ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୂପେଶ କୁମାର ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର ଏବଂ ସମ୍ମାନୀୟ ଅତିଥି ଭାବେ ରାୟଗଡ ଜୋନ ସର୍କଲ ଇନ୍ସପେକ୍ଟର ଶ୍ୟାମ ଘନ ଭୂୟାଁ, ଜିଲ୍ଲା କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ସୋଲୋମନ ରାଇକା, ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନେମି ମଣ୍ଡଳ, ଜିଲ୍ଲା ଏସ ଏସ ଡି ବିଦ୍ୟାଳୟ ନିରୀକ୍ଷକ ରମେଶ ଚନ୍ଦ୍ର ଦାସ, ଲାଞ୍ଜିଆ ସଉରା ଉନ୍ନୟନ ପରିଷଦ ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଆକାଶ କୁମାର ଦିଗାଲ, ଗୁମ୍ମା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ, ଗୁମ୍ମା ସମିତି ସଭ୍ୟା ସ୍ନିଗ୍ଧା ରାଣୀ ପାଣି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଫିଲିମନ ଭୂୟାଁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସାଗ୍ନିକା ସାମନ୍ତ, ବଡ କଳା କୋଟ ଏସ ଏସ ଡି ଉଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମାଉଡ଼ି ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୈଳେଶ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷକ ସାଇ ପ୍ରସାଦ ନନ୍ଦ ମଞ୍ଚ ପରିଚାଳନା କରିଥିଲେ। ଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଛାତ୍ରୀ ମାନଙ୍କୁ ପାଠ ପଢ଼ା ସହିତ କଳା, ବିଜ୍ଞାନ ଓ ବୈଷୟିକ ଶିକ୍ଷା ତଥା ଧନ୍ଦା ମୂଳକ ଶିକ୍ଷା ପ୍ରତି ଆଗ୍ରହୀ ହେବା ପାଇଁ ପରାମର୍ଶ ଦେଇଥିଲେ। ପରେ ବିଭିନ୍ନ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

