Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ମକର ସଂକ୍ରାନ୍ତି ଉତ୍ସବ ରେ ହାଇଟେକ୍ ଗ୍ରୁପ ଅଧକ୍ଷ ଓ ବିଧାୟକ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ କ୍ରିକେଟ ଖେଳାଳି।

ପାରଳାଖେମୁଣ୍ଡି:୧୮/୧(ଗରୁଡ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାମନଗର ଖେଳ ପଡିଆ ଠାରେ ମୟୁରି କ୍ରିକେଟ ଟିମ୍ ଦ୍ଵାରା ଏକ ଟୁର୍ଣାମେଣ୍ଟ ଆୟୋଜନ କରାଯାଇଥିଲା, ଏଥିରେ ପ୍ରାୟ ରାଜ୍ୟର ୮ ଗୋଟି ଦଳ ସାମିଲ ହୋଇଥିଲେ, ଏଥିରେ ଦୁଇ ବିଜେତା ଦଳ କୁ ମକର ସଂକ୍ରାନ୍ତି ଉତ୍ସବ କାର୍ଯକ୍ରମ ରେ ସମସ୍ତ ବିଜେତା ଖେଳାଳି କୁ ସମ୍ବର୍ଦ୍ଧିତ କରିବା ସହ କିଛି ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା, ଏହି ସମ୍ବର୍ଦ୍ଧିତ ଉତ୍ସବ ରେ ହାଇଟେକ୍ ଗ୍ରୁପ ଅଧକ୍ଷ ଡ଼:ତିରୁପତି ପାଣିଗ୍ରାହୀ, ବିଧାୟକ ରୁପେଶ ପାଣିଗ୍ରାହୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଆହୁରି ଭଲ ଖେଳ ପ୍ରଦର୍ଶନ କରି ସାରା ରାଜ୍ୟରେ ପରିଚିତ ଖେଳାଳି ଭାବେ ପରିଚିତ ହେବ ବୋଲି କାମନା କଲେ, ଏହି ଖେଳାଳି ମାନଙ୍କୁ ରାଜ୍ୟ ସ୍ତରୀୟ ଖେଳରେ ସାମିଲ କରିବା ନେଇ ସମ୍ପୂର୍ଣ ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି, ଏଇ ଭଳି ଉଚ୍ଚଧରଣ କ୍ରିକେଟ ଟୁର୍ଣାମେଣ୍ଟ ଆୟୋଜନ କରିଥିବାରୁ ଆୟୋଜକ ମିସାଲ ସତୀଶ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories