Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧ୍ୟପ୍ରଦେଶର ମହୁରେ ଦୂଷିତ ପାନୀୟ ଜଳ ସମସ୍ୟା: ୧୯ ଶିଶୁଙ୍କ ସମେତ ୨୫ ଜଣ ଲୋକ ଜଣ୍ଡିସ, ଟାଇଫଏଡରେ ଆକ୍ରାନ୍ତ

ମଧ୍ୟପ୍ରଦେଶ,୨୩|୧: ମଧ୍ୟପ୍ରଦେଶରେ ଦୂଷିତ ପାନୀୟ ଜଳ ସମସ୍ୟାର କମିବାର ନାଁ ଧରୁନି | ଦିନକୁ ଦିନ ପାନୀୟ ଜଳ ସମସ୍ୟା ତୀବ୍ର ରୂପ ନେଉଛି | ମଧ୍ୟପ୍ରଦେଶର ଇନ୍ଦୋର ପରେ ଏବେ ମହୁରେ ଦୂଷିତ ପାନୀୟ ଜଳ ସମସ୍ୟା ଦେଖାଦେଇଛି | ଯେଉଁଠି ଦୂଷିତ ପାନୀୟ ଜଳ ପିଇ ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ମହୁ ତହସିଲର ପତ୍ରି ବଜାର ଅଞ୍ଚଳରେ ଜଣ୍ଡିସ,ଏବଂ ଟାଇଫଏଡ ସମସ୍ୟାରେ ପୀଡିତ ଅଛନ୍ତି | ଗତ ୧୫ ଦିନ ମଧ୍ୟରେ ୧୯ ଶିଶୁଙ୍କ ସମେତ ୨୫ ଜଣ ଲୋକ ଜଣ୍ଡିସ, ଟାଇଫଏଡ ଏବଂ ଅନ୍ୟ ରୋଗରେ ପୀଡ଼ିତ ହୋଇଛନ୍ତି। ତେବେ ଏହାପରେ ଅସୁସ୍ଥ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଉକ୍ତ ଅଞ୍ଚଳରେ ବିଭିନ୍ନ ପାନୀୟ ଜଳ ସଂଯୁକ୍ତ ଟ୍ୟାପ୍‌ରେ ଦୁର୍ଗନ୍ଧଯୁକ୍ତ ମଇଳା ଜଳ ଆସୁଛି। ଏବଂ ପାଣିକୁ ଫୁଟେଇବା ପରେ ପାଣି ମୋଟା ପ୍ରସ୍ତର ମଇଳା ଜମି ରହୁଛି।

ତେବେ ଦୂଷିତ ପାଣି ବ୍ୟବହାର କରି ଲୋକ ଅସୁସ୍ଥ ହେଉଛନ୍ତି | ଏ ସମ୍ପର୍କିତ ଖବର ଜାଣିବା ପରେ ମହୁ ଏସ୍‌ଡିଏମ୍‌ ରାକେଶ ପରମାର ଓ ତହସିଲଦାର ବିବେକ ସୋନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଯାଞ୍ଚ ଆରମ୍ଭ କରିଥିଲେ। ସ୍ଥାନୀୟାଵାସୀଙ୍କ ଘରୁ ପାଣି ମାଗି ଦେଖିଥିଲେ। ପରେ ପାନୀୟ ଯୋଗାଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ମେଡିକାଲ ଅଫିସର ଯୋଗେଶ ସିଙ୍ଗାରେଙ୍କ ନିର୍ଦ୍ଦେଶରେ ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଗହରେ ପହଞ୍ଚି ରୋଗୀମାନଙ୍କର ରକ୍ତନମୁନା ସଂଗ୍ରହ କରିଥିଲେ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ନର୍ମଦା ନଦୀରୁ ପାଇପଲାଇନ ଯୋଗେ ପାଣି ଯୋଗାଣ ହେଉଥିବାବେଳେ ଏହା ଡ୍ରେନ୍‌ ପାଣି ସଂସ୍ପର୍ଶରେ ଆସିଥାଏ | ଯାହା ପାଣିକୁ ଅତ୍ୟଧିକ ଦୂଷିତ କରୁଛି | ତେବେ ଏପର୍ଯ୍ୟନ୍ତ କେଉଁଠାରେ ପାନୀୟ ଜଳ ଯୋଗାଣ ପାଇପଲାଇନରେ କୌଣସି ପ୍ରକାରର ଲିକେଜ୍‌ ର ସନ୍ଧାନ ହୋଇନାହିଁ। ସ୍ଥାନୀୟ ବିଧାୟକ ଉଷା ଠାକୁର ଉକ୍ତ ଅଞ୍ଚଳକୁ ଗସ୍ତ କରି ଲୋକଙ୍କୁ ପାଣି ଫୁଟେଇ ପାନୀୟ ରୂପେ ବ୍ୟବହାର କରିବାକୁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ