ଓପନିଂ ଡେ’ରେ, ରେକର୍ଡ ଭାଙ୍ଗିଲା ,‘ବର୍ଡର-୨’
ନୂଆଦିଲ୍ଲୀ,୨୪|୧: ବହୁ ଦିନରୁ ପ୍ରତିକ୍ଷୀତ ଫିଲ୍ମ ‘ବର୍ଡର-୨ ଥିଏଟରରେ ରିଲିଜ୍ ହୋଇଛି। ତେବେ ଫିଲ୍ମକୁ ଦର୍ଶକ ବେସ୍ ପ୍ରଶଂସା କରିଛନ୍ତି। ଏହା ସହିତ ‘ବର୍ଡର ୨’ ଏକ ବ୍ଲକବଷ୍ଟର ଓପନିଂ କରିଛି ଏବଂ ଅନେକ ଫିଲ୍ମର ରେକର୍ଡକୁ ଭାଙ୍ଗିଛି। ଫିଲ୍ମଟି ରିଲିଜ୍ ହେବା ପରେ ସାରା ଦେଶରେ ଏବେ ଚହଳ ପଡିଛି।
ସନି ଦେଓଲ, ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ଶେଟ୍ଟୀ ଅଭିନୀତ ‘ବର୍ଡର ୨’ ରିଲିଜ୍ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ଥିଲା । ଏହାର ଗୀତ ମଧ୍ୟ ଫ୍ୟାନ୍ସ ମାନଙ୍କ ପ୍ରଶଂସା ସାଉଁଟି ଥିଲା | ସୂଚନା ଅନୁସାରେ, ଆଡଭାନ୍ସ ବୁକିଂରେ ଏହା ପ୍ରାୟ ୧୭ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରିଥିଲା। ରିଲିଜର ପ୍ରଥମ ଦିନରେ ଥିଏଟର ବାହାରେ ଦର୍ଶକଙ୍କ ପ୍ରବଳ ଭିଡ ଜମିବାର ଦେଖିବାକୁ ମିଳିଥିଲା। ଏବଂ ଫିଲ୍ମଟି ବକ୍ସ ଅଫିସରେ ଭଲ ଓପନିଂ କରିଥିଲା। ସାକନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁସାରେ,‘ବର୍ଡର ୨’ ରିଲିଜର ପ୍ରଥମ ଦିନରେ ୩୦ କୋଟି ଟଙ୍କା ଆୟ କରିଛି। ଏହା ୨୨ଟି ଫିଲ୍ମର ପ୍ରଥମ ଦିନର ଆୟ ରେକର୍ଡ ଭାଙ୍ଗିଛି।

