Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି:୨୬/୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ସ୍ଥାନୀୟ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି | ଏହି ଜାତୀୟ ଉତ୍ସବରେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ରେ ଅବିଭାଦନ ଗ୍ରହଣ କରିଥିଲେ । ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆମ ସମ୍ବିଧାନ ବିଶ୍ଵର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଘୋଷଣା କରାଯିବା ସହିତ ଦେଶର ସମସ୍ତ ନାଗରିକମାନଙ୍କୁ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସମାନତା ଦିଗରେ ସମସ୍ତ ଜନସାଧାରଣଙ୍କୁ ସୁଯୋଗ ଯୋଗାଇଦେବା ନିମନ୍ତେ ଆମ ସାମ୍ବିଧାନରେ ବ୍ୟବସ୍ଥା ରହିଥିବା କଥା ଉଲ୍ଲେଖ କରିଥିଲେ । ସେହିପରି ରାଜ୍ୟସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରି ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟିତ ଏବଂ ସମାନୁପାତିକ ଓ ସାମୂହିକ ବିକାଶ ନିମନ୍ତେ ପ୍ରଶାସକମାନେ ଦଳଗତ କାର୍ଯ୍ୟ, ସ୍ଵଚ୍ଛତା ଓ ବୈଷୟିକ ଜ୍ଞାନକୌଶଳ ସହ କାର୍ଯ୍ୟ କରିବା କଥା ପ୍ରକାଶ କରିଥିଲେ । ସେହିପରି କୃଷକ, ଶ୍ରମିକ, ମହିଳା, ଯୁବସମାଜ ସମସ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଶକ୍ତ ହେବା ସହିତ ଜିଲ୍ଲା ପ୍ରଶାସନ ନିଷ୍ଠାର ସହ କାମ ଆରମ୍ଭ କରିବା କଥା କହିଥିଲେ । ଗଜପତି ଜିଲ୍ଲା ଆଦିବାସୀ ବହୁଳ ହୋଇଥିବାରୁ ରାଜ୍ୟ ସରକାର ସେମାନଙ୍କର ଉନ୍ନତି ପାଇଁ ଜିଲ୍ଲା ସ୍ତରରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ଅଧିକ କ୍ରିୟାଶୀଳ କରି ସେମାନଙ୍କର ଉନ୍ନତି ପାଇଁ ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସହଜରେ ଉପଲବ୍ଧି କରିବାକଥା ମଧ୍ୟ ଉଲ୍ଲେଖ କରିଥିଲେ ।
ଜିଲ୍ଲାରେ ମିଶନ ଶକ୍ତି ଦ୍ଵାରା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଆତ୍ମ ନିର୍ଭର ଭାରତ ଓ ସ୍ଵଦେଶୀ ଜ୍ଞାନ କୌଶଳରେ ସ୍ଵାବଲମ୍ବୀ କରାଯାଇପାରିଛି । ଜିଲ୍ଳାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ,କୃଷି ଓ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କାର୍ଯ୍ୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି ବୋଲି କହିଥିଲେ। ଏହି ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀ କେ ନାଗାରାଜୁ, କମାଣ୍ଡଣ୍ଟ ଓଏସଓପି ତୃତୀୟ ବାଟାଲିୟନ ଗଜପତି ଶ୍ରୀ ଅଶୋକ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିଦ୍ର ହୋନନାଗା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ବୀରାଜ ମଣ୍ଡଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କୁମାର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତ୍ରିପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ।
ଏହି ଉତ୍ସବରେ ଜିଲ୍ଲାର ,ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା କ୍ରୀଡାବିତ ,କର୍ମଚାରୀ ଓ ସେଚ୍ଛାସେବୀ ର କର୍ମକର୍ତ୍ତା ମାନଙ୍କୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ମାନପତ୍ର ଓ ସିଲଡ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଏହା ସହିତ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ସେହିପରି ବରିଷ୍ଠ ବିଭାଗ ପ୍ୟାରେଡ ପ୍ରତିଯୋଗିତାରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟର ଏନସିସି ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହାରାଜାଙ୍କ ବାଳକ ବିଦ୍ୟାଳୟର ଏନସିସି ଆର୍ମି ୱିଙ୍ଗ ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି କନିଷ୍ଟ ବର୍ଗରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେଣ୍ଟ ବିନସେଣ୍ଟ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧିକ ରୋମାଞ୍ଚକ କରିବା ପାଇଁ ବିଭନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରଯାଇଥିଲା। କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥିଙ୍କ ଦ୍ଵାର ଉପ କାରାଗାରରେ ଥିବା ଅନ୍ତେବାସୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସାଧୀନ ଅନ୍ତେବାସୀ ଓ କୁଷ୍ଠଶ୍ରମର ଅନ୍ତେବାସୀଙ୍କୁ ମିଷ୍ଠାନ ବଣ୍ଟନ କରଯାଇଛି।
ଆଜିର ପ୍ୟାରେଡରେ ଶ୍ରୀ ନିରଞ୍ଜନ ନାୟକ, ଆର୍.ଆଇ. ପୋଲିସ୍, ପରିଚାଳନା କରିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତୁଷରା ମୟ ସେନାପତି ଓ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଅପରାନନ୍ଦ ଅନନ୍ଧ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ରାଜ୍ୟ ସରକାରଙ୍କ ବ୍ୟାନ ପରେ ଗଜପତି ଜିଲ୍ଲାରେ ତମାଖୁ, ଗୁଟଖା, ସିଗାରେଟ ଆଦିର ଦର ୩ ଗୁଣ ବୃଦ୍ଧି ପାରଳାଖେମୁଣ୍ଡି:୨୫/୧(ଗରୁଡ ଧ୍ଵଜ ଚୌଧୁରୀ)ରାଜ୍ୟ ସରକାର ସମସ୍ତ ଗୁଟ୍ଟୋ, ପାନମସଲା, ସିଗାରେଟ, ଜଦ୍ଦା, ଖଇନି ଏବଂ ତମାଖୁ ତଥା ନିକୋଟିନଯୁକ୍ତ ସମସ୍ତ ଉତ୍ପାଦର ବିକ୍ରି ଉପରେ ସମ୍ପୂର୍ଣ ବ୍ୟାନ ନିଷେଧାଦେଶ ଜାରି କରିଛନ୍ତି। ଏହାର ସୁଯୋଗ ନେଇ ପୂର୍ବରୁ ଯେଉଁମାନେ ଏହି ଵ୍ୟବସାୟ କରୁଥିଲେ ସେମାନେ ଗୁଟଖା, ଖଇନି, ସିଗାରେଟ ଆଦିର ଦର 3 ଗୁଣରୁ ଅଧିକ କରି କଳା ବଜାରରେ ବିକ୍ରି କରି ମାଲାମାଲ ହେଉଛନ୍ତି. ବର୍ତ୍ତମାନ ଦୋକାନ ଗୁଡ଼ିକରେ ଖୋଲାଖୋଲି ତମାଖୁ ବିକ୍ରି ହେଉ ନଥିବା ବେଳେ ତମାଖୁ ସେବନରେ ଅଭ୍ୟସ୍ତ ଗ୍ରାହକଏବେ ବିକଳ୍ପ ଖୋଜୁଥିବାରୁ ଏହାର ସୁଯୋଗ ନେଇ ଦୋକାନୀ କଳାବଜାର ଆରମ୍ଭ କରିଦେଇଛନ୍ତି । ତିନି ଗୁଣା ଚଢ଼ାଦରରେ ଲୋକଙ୍କୁ ତମାଖୁ ବିକ୍ରି କରାଯାଉଛି। କାରଣ ଆଗରୁ କେବଳ ଗୁଟଖା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏବେ ନିକୋଟିନଯୁକ୍ତ ସମସ୍ତ ପଦାର୍ଥକୁ ନିଷିଦ୍ଧ କରିବା ଫଳରେ କଳାବଜାରରେ ଅଧିକ ଭାବେ ବଢ଼ିଛି। ଯେଉଁ ହୋଲସେଲ୍ ବ୍ୟବସାୟୀମାନେ ଏସବୁ ସାମଗ୍ରୀକୁ ଗଚ୍ଛିତ ରଖିଥିଲେ ସେମାନେ ଦରକୁ ବଢ଼ାଇ ଦେଇଛନ୍ତି। ଆଉ ଲାଭବାନ୍ ହେଉଛନ୍ତି । ଦୋକାନୀମାନେ ବି ଲୁଚାଛପାରେ ଏହାକୁ ବିକ୍ରି କରୁଛନ୍ତି । ବିଭିନ୍ନ ନାମୀ ଓ ବେନାମୀ କମ୍ପାନିର ତମାଖୁ ବିକ୍ରି ହେଉଛି। ଫଳରେ ଧରପଗଡ଼ର ଏବେ ଆବଶ୍ୟକ‌ତା ରହିଛି।