Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଣ ମାଧ୍ୟମ ଓ ଜିଲ୍ଲାପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ

ପାରଳାଖେମୁଣ୍ଡି:୨୬/୧(ଗରୁଡ ଧ୍ଵଜ ଚୌଧୁରୀ)
୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଣମାଧ୍ୟମ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ଆୟୋଜିତ ଏକ ବନ୍ଧୁତ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲା ପ୍ରଶାସନ ଏକାଦଶ ବିଜେତା
ହୋଇଥିଲେ। ଉକ୍ତ ମ୍ୟାଚ୍ ରେ ସନ୍ତୋଷ କୁମାର ପ୍ରଧାନ ଜିଲ୍ଲା ପ୍ରଶାସନ ଏକାଦଶ ତରଫରୁ ଦଳ ପାଇଁ ବ୍ୟାଟିଂ କରି ୪୬ ରନ ସଂଗ୍ରହ ଓ ଏକ ଓଭର ବୋଲିଂ କରି ଦଳ ପାଇଁ ୧ ୱିକେଟ୍ ନେଇ ମେନ୍ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।ଏହି ବନ୍ଧୁତା ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ର ଉତପ୍ରେରକ ଥିଲେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ୍ ,ପାରଳାଖେମୁଣ୍ଡି ଶାଖା। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ସହକାରୀ ଜିଲ୍ଲାପାଳ ତଥା ଭାରପ୍ରାପ୍ତ କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ମ୍ୟାଚ ରେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମ୍ୟାଚ୍ ଟି ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ସମ୍ପାଦିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ରାଜ୍ୟ ସରକାରଙ୍କ ବ୍ୟାନ ପରେ ଗଜପତି ଜିଲ୍ଲାରେ ତମାଖୁ, ଗୁଟଖା, ସିଗାରେଟ ଆଦିର ଦର ୩ ଗୁଣ ବୃଦ୍ଧି ପାରଳାଖେମୁଣ୍ଡି:୨୫/୧(ଗରୁଡ ଧ୍ଵଜ ଚୌଧୁରୀ)ରାଜ୍ୟ ସରକାର ସମସ୍ତ ଗୁଟ୍ଟୋ, ପାନମସଲା, ସିଗାରେଟ, ଜଦ୍ଦା, ଖଇନି ଏବଂ ତମାଖୁ ତଥା ନିକୋଟିନଯୁକ୍ତ ସମସ୍ତ ଉତ୍ପାଦର ବିକ୍ରି ଉପରେ ସମ୍ପୂର୍ଣ ବ୍ୟାନ ନିଷେଧାଦେଶ ଜାରି କରିଛନ୍ତି। ଏହାର ସୁଯୋଗ ନେଇ ପୂର୍ବରୁ ଯେଉଁମାନେ ଏହି ଵ୍ୟବସାୟ କରୁଥିଲେ ସେମାନେ ଗୁଟଖା, ଖଇନି, ସିଗାରେଟ ଆଦିର ଦର 3 ଗୁଣରୁ ଅଧିକ କରି କଳା ବଜାରରେ ବିକ୍ରି କରି ମାଲାମାଲ ହେଉଛନ୍ତି. ବର୍ତ୍ତମାନ ଦୋକାନ ଗୁଡ଼ିକରେ ଖୋଲାଖୋଲି ତମାଖୁ ବିକ୍ରି ହେଉ ନଥିବା ବେଳେ ତମାଖୁ ସେବନରେ ଅଭ୍ୟସ୍ତ ଗ୍ରାହକଏବେ ବିକଳ୍ପ ଖୋଜୁଥିବାରୁ ଏହାର ସୁଯୋଗ ନେଇ ଦୋକାନୀ କଳାବଜାର ଆରମ୍ଭ କରିଦେଇଛନ୍ତି । ତିନି ଗୁଣା ଚଢ଼ାଦରରେ ଲୋକଙ୍କୁ ତମାଖୁ ବିକ୍ରି କରାଯାଉଛି। କାରଣ ଆଗରୁ କେବଳ ଗୁଟଖା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏବେ ନିକୋଟିନଯୁକ୍ତ ସମସ୍ତ ପଦାର୍ଥକୁ ନିଷିଦ୍ଧ କରିବା ଫଳରେ କଳାବଜାରରେ ଅଧିକ ଭାବେ ବଢ଼ିଛି। ଯେଉଁ ହୋଲସେଲ୍ ବ୍ୟବସାୟୀମାନେ ଏସବୁ ସାମଗ୍ରୀକୁ ଗଚ୍ଛିତ ରଖିଥିଲେ ସେମାନେ ଦରକୁ ବଢ଼ାଇ ଦେଇଛନ୍ତି। ଆଉ ଲାଭବାନ୍ ହେଉଛନ୍ତି । ଦୋକାନୀମାନେ ବି ଲୁଚାଛପାରେ ଏହାକୁ ବିକ୍ରି କରୁଛନ୍ତି । ବିଭିନ୍ନ ନାମୀ ଓ ବେନାମୀ କମ୍ପାନିର ତମାଖୁ ବିକ୍ରି ହେଉଛି। ଫଳରେ ଧରପଗଡ଼ର ଏବେ ଆବଶ୍ୟକ‌ତା ରହିଛି।