Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା ୨୪ ଲକ୍ଷ ଟଙ୍କାର ୨୩୭ କେଜି ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି:୨୬/୧(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଏସପିଙ୍କ ଯତୀନ୍ଦ୍ର ପଣ୍ଡା ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ଗଞ୍ଜେଇ ଚୋରା କାରବାର ବିରୁଦ୍ଧରେ ଚଢଉ ଜାରି ରହିଛି.ଏହି କ୍ରମରେ ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ପ୍ରାୟ 24 ଲକ୍ଷ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଗଛିତ ଥିବା ବେଳେ ପୋଲିସ ଜବତ କରିଥିବା ସୂଚନା ମିଳିଛି. ଏହି ଜିଲ୍ଲାର ଆର ଉଦୟଗିରି ଏସଡିପିଓ ରାକେଶ ସାହୁଙ୍କ ତ୍ୱାତାବଧାନରେ ଏସଆଇ ସନ୍ଦୀପ ହେମରମ ମୋହନା ଥାନା, ଅଡବା ଥାନା ମିଳିତ ଭାବେ ବେଆଇନ ଗଞ୍ଜେଇ ଚାଲାଣ ଉପରେ ଚଢାଉ କରି ଏହି ୨୪ ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କରିଛନ୍ତି. ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଗଜପତି ଜିଲ୍ଲାର ସମ୍ବଲପୁରୁ ସୁନ୍ଦରଡାଙ୍ଗ ରାସ୍ତା କଡରେ କିଛି ବସ୍ତା ରଖା ଯାଇଥିଲା. ପୋଲିସ ସେଠାରେ ପହଞ୍ଚି ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଥିବା ଜଣା ପଡିଥିଲା. ପୋଲିସ ସେଠାରୁ ୧୨ ଗୋଟି ବସ୍ତାରୁ ୨୩୭ କିଲୋ ଗଞ୍ଜେଇ ଜବତ କରିଛନ୍ତି. ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୪ ଲକ୍ଷ ହେବ ବୋଲି ସୂଚନା ମିଳିଛି. ପୋଲିସ ଆସୁଥିବା ଦେଖି ଅଭିଯୁକ୍ତମାନେ ଗଞ୍ଜେଇ ବସ୍ତାକୁ ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ମଧ୍ୟ ସୂଚନା ମିଳିଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories