ମହାରାଷ୍ଟ୍ର ବାରାମତୀରେ ବିମାନ ଦୁର୍ଘଟଣା; ଡେପୁଟି ସିଏମ୍ ଅଜିତ୍ ପାଓ୍ୱାରଙ୍କ ଦେହାନ୍ତ
ମହାରାଷ୍ଟ୍ର,୨୮।୧: ଆଜି ସକାଳୁ ସକାଳୁ ମହାରାଷ୍ଟ୍ରରୁ ଏକ ଦୁଃଖଦ ଖବର ଆସିଛି। ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣା ହୋଇଛି । ଏନସିପି ନେତା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେତେବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦୁର୍ଘଟଣା ସମୟରେ ବିମାନରେ ଥିଲେ । ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି |
ସୂଚନା ଅନୁଯାୟୀ, ଅଜିତ ପାୱାର ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ବାରାମତୀ ଅଭିମୁଖେ ଯାତ୍ରା କରୁଥିଲେ। ଆଉ ଜରୁରୀକାଳୀନ ଅବତରଣ କରିବା ସମୟରେ ମହାରାଷ୍ଟ୍ରର ବାରାମତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ନା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ତେବେ ଏହି ବିମାନ ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି | ଘଟଣାସ୍ଥଳରୁ ଅନେକ ଭାଇରଲ ହୋଇଥିବା ଭିଡିଓରେ ନିଆଁ ଲାଗିଥିବା ଓ ଧୂଆଁ ବାହାରୁଥିବା ଦେଖାଯାଉଛି। ଏକ ଭିଡିଓରେ ଅଜିତ ପାୱାରଙ୍କ ବିମାନ ଏକ କ୍ଷେତରେ ଦୁର୍ଘଟଣାଗ୍ରସ୍ତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓରେ ଦୁର୍ଘଟଣାସ୍ଥଳର ଫଟୋଗୁଡ଼ିକ ବିମାନଟି ଖଣ୍ଡ ଖଣ୍ଡ ଦେଖାଯାଉଛି।

