Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ହାଇକୋର୍ଟରୁ ରାହୁଲଙ୍କୁ ଆଶ୍ଵସ୍ତି, ଏବେ ସାଧାରଣ ପାସପୋର୍ଟରେ କରି ପାରିବେ ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ସଦ୍ୟତମ ପାସପୋର୍ଟ ଜାରି କରିବା ପାଇଁ ଏନଓସି ସଂପର୍କିତ ଦାଖଲ ଯାଚିକାକୁ ଆଂଶିକ ସ୍ଵୀକାର କରିଛନ୍ତି। କୋର୍ଟ ରାହୁଲଙ୍କୁ ୩ ବର୍ଷ ପାଇଁ ଏନଓସି ପ୍ରଦାନ କରିଛନ୍ତି। ଫଳରେ ରାହୁଲ ଏବେ ସାଧାରଣ ପାସପୋର୍ଟରେ ଯାତ୍ରା କରି ପାରିବେ। ଏହା ପୂର୍ବରୁ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ୍ ବୈଭବ ମେହଟ୍ଟା ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ।

କୋର୍ଟ କହିଛନ୍ତି, ରାହୁଲଙ୍କ ଆବେଦନକୁ ଆଂଶିକ ଭାବେ ସ୍ଵୀକାର କରାଯାଉଛି। ତାଙ୍କୁ ୧୦ ବର୍ଷ ନୁହେଁ ତିନି ବର୍ଷ ପାଇଁ ସାଧାରଣ ପାସପୋର୍ଟକୁ ମଞ୍ଜୁରୀ ଦିଆଯାଉଛି।

ଉଲ୍ଲେଖନୀୟ ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ରାହୁଲ ଗାନ୍ଧୀଙ୍କ ଆବେଦନକୁ ବିରୋଧ କରି ଜବାବ ଦାଖଲ କରିଥିଲେ। ସ୍ଵାମୀ କହିଥିଲେ, ଆବେଦକଙ୍କ ନିକଟରେ ୧୦ ବର୍ଷ ପାଇଁ ପାସପୋର୍ଟ ଜାରି କରାଯିବାର କୌଣସି ବୈଧ୍ୟ କାରଣ ନାହିଁ। ୧୦ ବର୍ଷ ପାଇଁ ପାସପୋର୍ଟ ଜାରି କରାଯିବାର କୌଣସି ଯୋଗ୍ୟତା ରାହୁଲଙ୍କ ନିକଟରେ ନାହିଁ। ତେଣୁ ତାଙ୍କୁ କେବଳ ଗୋଟିଏ ବର୍ଷ ପାଇଁ ପାସପୋର୍ଟ ଜାରି କରାଯାଉ ଏବଂ ପ୍ରତିବର୍ଷ ଏହାର ନବୀକରଣ କରାଯାଉ।

ସୂଚନାଯୋଗ୍ୟ, ଲୋକସଭା ସଦସ୍ୟତା ହରାଇବା ପରେ ରାହୁଲ ଗାନ୍ଧୀ ନିଜର କୂଟନୈତିକ ପାସପୋର୍ଟ ଫେରାଇ ଥିଲେ। ଏହା ପରେ ସେ ସାଧାରଣ ପାସପୋର୍ଟ ପାଇଁ ଆବେଦନ କରିଥିଲେ। କିନ୍ତୁ ପାସପୋର୍ଟର ବୈଧତା ୧୦ ବର୍ଷ ରଖାଯାଉ ବୋଲି ରାହୁଲ ଦାବି କରିଥିଲେ। ଯାହାକୁ ବିରୋଧ କରିଥିଲେ ସୁବ୍ରମଣ୍ୟମ ସ୍ଵାମୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ