ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରାଉତପୁର ଏରିଆ ୫୨ ତମ ବାର୍ଷିକ ମହାସଭା।
ପାରଳାଖେମୁଣ୍ଡି:୧/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଏସ ଘୋରଣି ଗ୍ରାମ ଠାରେ ଏସ. ବି. ସି,ଏମ,ଏସ ବେଥାନି ବଙ୍ଗଳା ସେରଙ୍ଗ ଦ୍ବାରା ଆୟୋଜିତ ରାଉତପୂର୍ ଏରିଆ ୫୨ ତମ ବାର୍ଷିକ ମହାସଭା ଆୟୋଜିତ ହୋଇଯାଇଛି , ଏହି ସଭା ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୁପେସ ପାଣିଗ୍ରାହୀ ଓ ମାନ୍ୟବର ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ପ୍ରଭୁ ଯିଶୁ ଙ୍କ ବାଣୀ ବିଷୟରେ ଜଣାଇବା ସହ ପ୍ରଭୁ ଯିଶୁ ଙ୍କୁ ଆରାଧନା ଓ ପ୍ରାର୍ଥନା କରିଥିଲେ । ଏହି ସଭାରେ ଅନ୍ୟତମ ଅତିଥି ଭାବେ ଗୋଷାଣୀ ବ୍ଲକ ଅଧକ୍ଷ ଏନ ବିରରାଜୁ, ଜିଲ୍ଲା ପରିଷଦ ଏସ ବାଲରାଜୁ,ଏରିଆ ପାଳକ ରେଭ ଦିଲୀପ ଶବର, ଡିକନ୍ ଯିଷୟ ଶବର, ରେଭ ଉପେନ୍ଦ୍ର ପରିଛା ସହ ଅନେକ ବକ୍ତାଗଣ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମ ରେ ବହୁ ଯୀଶୁ ପ୍ରେମୀ ପ୍ରଭୁ ଯିଶୁ ଙ୍କ ନାମ ରେ ଗୀତ ଗାନ କରିଥିଲେ

