ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ବିଧାୟକ ଙ୍କୁ ନିବେଦନ କଲେ କୁଜାସିଂ ଗ୍ରାମ ବାସି।
ପାରଳାଖେମୁଣ୍ଡି:୧/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାଶିଂ ଗ୍ରାମ ଠାରୁ କୁଣ୍ଡେଇସିଂ ଗ୍ରାମ କୁ ରାସ୍ତା କରିବା ନିମନ୍ତେ ବିଧାୟକ ରୂପେସ ପାଣିଗ୍ରାହୀ ଙ୍କୁ ଦାବି ରଖିଥିଲେ ଗ୍ରାମ ବାସି, ବିଧାୟକ ପ୍ରତିଶ୍ରୁତି ରଖି ଏହି ରାସ୍ତା କାର୍ଯ୍ୟ ପୂର୍ତ୍ତି ବିଭାଗ ଅଧିକାରୀଙ୍କୁ ଅବଗତ କୋରାଇ ରାସ୍ତା କାମ ଆରମ୍ଭ କରାଯାଇଥିଲା, ବର୍ତ୍ତମାନ ଦୃତଗତି ରେ କାର୍ଯ୍ୟ ଚାଲୁରହିଛି , ଏହା ପୂର୍ବ ରୁ ଗ୍ରାମ ବାସି ବହୁବାର ପ୍ରଶାସନ ଓ ପୂର୍ତ୍ତି ବିଭାଗ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନଥିଲା , ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଥିବାରୁ ବିଧାୟକ ଙ୍କୁ ଧନ୍ୟବାଦ୍ ଜଣାଇଲେ ଗ୍ରାମ ବାସି, ସେଇ ଭଳି କୁଣ୍ଡେଇସିଂ ଠାରୁ ଭୁଁୟା ସାହି ର ଜୟନ୍ତ ପ୍ରାଥମିକ ବିଦ୍ୟାଳୟ ପ୍ରୋଜନ୍ତ ୫ କିଲୋମିଟର ରାସ୍ତା ଅତି ସଚନୀୟ ଅବସ୍ଥା ରେ ଥିବାବେଳେ ଥିବାବେଳେ ଛାତ୍ର ଛାତ୍ରୀ ରୋଗୀ ମାନେ ଯିବାଆସିବା ର ଅସୁବିଧା ର ସମୁଖୀନ ହେଉଥିବାରୁ ଏଇ ରାସ୍ତା ମଧ୍ୟ କରିବା ପାଇଁ ଆଜି ଶତାଧିକ ଗ୍ରାମ ବାସି ଆସି ବିଧାୟକ ଙ୍କୁ ଗୁହାରି କଲେ , ବିଧାୟକ ଗ୍ରାମ ବାସି ଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଏହି ରାସ୍ତା କାର୍ଯ୍ୟ ଅତି ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି

