Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତିର ପିତା ସ୍ବର୍ଗତ ମହାତ୍ମା ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ପାରଳାଖେମୁଣ୍ଡି:୩/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଜାତୀର ପିତା ଶ୍ବର୍ଗିୟ ମହାତ୍ମାଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତୀର ପିତା ଶ୍ବର୍ଗିୟ ମହାତ୍ମାଗାନ୍ଧୀ ଙ୍କ ୭୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ମହାତ୍ମାଗାନ୍ଧୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଗାନ୍ଧିଜୀ ଙ୍କ ନୀତି ଆଦର୍ଶ ବିଷୟରେ ଆଲୋଚନା କରିଥିଲେ। ବର୍ତ୍ତମାନ ମହାତ୍ମାଗାନ୍ଧୀ ଙ୍କ ନିତୀ ଆଦର୍ଶ କୁ ଅନୁପ୍ରାଣିତ ହୋଇ ଆଜିର କଂଗ୍ରେସ କମିଟି କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। ଆଜି ର ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ନାରାୟଣ ପାତ୍ର, ଇଶ୍ୱର ଚନ୍ଦ୍ର ମାଝିଲବ ସାହୁ, ଦଣ୍ଡ ପଣ୍ଡା,ନୀରାକାର ପାଣିଗ୍ରାହୀ, ଜନାର୍ଦ୍ଦନ ରାଓ,ଲକି ପାତ୍ର, ଲୋକେଶ ବରାଡ,ମୁନା ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ କୁ ବସନ୍ତ କୁମାର ପଣ୍ଡା ନଗର କଂଗ୍ରେସ ସଭାପତି ଙ୍କ ଦ୍ଵାରା ପରିଚାଳିତ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ପାରଳାଖମୁଣ୍ଡିଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁନୀଲ କାନ୍ତ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଅଭିଯୋଗ ଶୁଣାଣୀ କରିଥିଲେ। ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ-୬୦ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା-୪୯ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା – ୧୧ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର ପଟ୍ଟନାୟକ ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।