ପାରଳାଖେମୁଣ୍ଡି ସ୍ଥିତ ୧୦୫ ବର୍ଷର ସର୍ବ ପୁରାତନ ମହାରାଜାଙ୍କ କୃଷ୍ଣ ଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି:୫/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୁରାତନ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ,ଏହି ବିଦ୍ୟାଳୟ ଟି ୧୦୫ ବର୍ଷ ର ପୁରାତନ ବିଦ୍ୟାଳୟ , ଏହି ବିଦ୍ୟାଳୟ ର ଛାତ୍ରୀ ମାନେ ଏଠି ପଡ଼ି ଆଜି ସାରା ଦେଶବିଦେଶ ରେ ଉଚ୍ଚ ପଦପି ରେ ବିଦ୍ୟାଳୟ ର ସୁନାମ ଆଣିଛନ୍ତି , ଆଜିର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇ ଛାତ୍ରୀ ମାନଙ୍କୁ ଉଚ୍ଚ ସ୍ବପ୍ନ ଦେଖିବାପାଇଁ କହିଥିଲେ, ବିଧାୟକ ତାଙ୍କ ଅଭିଭାଷଣ କୋହିଛନ୍ତି କି ଏହି ପୁରାତନ ବିଦ୍ୟାଳୟ ର ଉନ୍ନତି ପାଇଁ ଯାହାବି ସହାୟତା ଆବଶ୍ୟକ ରହିଛି ମୁ ନିଶ୍ଚିତ ପୂରଣ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଏହି କାର୍ଯ୍ୟକ୍ରମ ବିଧାୟକ ସମେତ ଅନ୍ୟ ଅତିଥି ଭାବେ ପୌର ଅଧକ୍ଷ୍ୟା ନିର୍ମଳା ସେଠୀ, ପୁର୍ବତନ ନଗର ପାଳ ନୃସିଂହ ଚରଣ ପଟ୍ଟନାୟକ, ଉପ ଶିକ୍ଷା ଅଧିକାରୀ ଏସ ଗିରିଧାରୀ,ଏହି ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଜି ସୁଦର୍ଶନ ରାଓ, ପ୍ରଧାନ ଶିକ୍ଷକ ଏସ କିରଣ କୁମାର, ଜଗନ୍ନାଥ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ l

