ଜଷ୍ଟିସ କର୍ଣର ତରଫରୁ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧଏବଂ ପ୍ରତିକାର) ଅଧିନିୟମ, ୨୦୧୩ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି:୫/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗୁରୁବାର ଦିନ ଜଷ୍ଟିସ କର୍ଣର ତରଫରୁ ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟ ପରିସରରେ ‘ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧଏବଂ ପ୍ରତିକାର) ଅଧିନିୟମ, ୨୦୧୩ ସମ୍ପର୍କରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ମୂଖ୍ୟ ଅତିଥି ଭାବେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସରଳା ପାତ୍ର, ହବ୍ କର୍ମକର୍ତ୍ତା ଶ୍ରୀ ସୁନିଲ କୁମାର ବେହେରା ଏବଂ ୱାନ୍ ଷ୍ଟପ୍ ସେଣ୍ଟରର କେନ୍ଦ୍ର ପ୍ରଶାସିକା ସୁଶ୍ରୀ ଅନନ୍ୟା ପାତ୍ର ଏବଂ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମୁଲ୍ଲି ବାନଜାଖି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମଟି ଜଷ୍ଟିସ କର୍ଣରର ସଭାପତି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ପରିଚାଳନା କରି ଏହି ଆଇନ ବିଷୟ ଓ କାର୍ଯ୍ୟକାରିତା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଆଭ୍ୟନ୍ତରିଣ ଅଭିଯୋଗ କମିଟି ଓ ସ୍ଥାନୀୟ ଅଭିଯୋଗ କମିଟି କିପରି ଗଠନ ହେବ ତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସରଳା ପାତ୍ର she-box portal ରେ କିପରି ଅଭିଯୋଗ ଦିଆଯିବ ଏବଂ ବାଲ୍ୟ ବିବାହ ନିଷେଧ ଆଇନ ବିଷୟ ରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। କେନ୍ଦ୍ର ପ୍ରସାଶିକା ଶ୍ରୀମତୀ ଅନନ୍ୟା ପାତ୍ର ସଖୀ ୱାନ ଷ୍ଟପ ସେଣ୍ଟରରେ ହିଂସାରେ ପୀଡ଼ିତ ମହିଳା ଓ ବାଳିକା ମାନଙ୍କ ସମନ୍ୱିତ ସେବା ଯୋଗାଇ ଦିଆଯାଉଥିବା ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପିକା ଏମ. ବନଜାଖି ଆଜିକାର ସମାଜରେ କର୍ମକ୍ଷେତ୍ରରେ ମହିଳା ମାନଙ୍କୁ କିପରି ଏକ ସୁସ୍ଥ ସୁରକ୍ଷିତ ବାତାବରଣ ଦିଆ ଯାଇ ପାରିବ ତା ଉପରେ ଗୁରୁତ୍ବ ଦେଇଥିଲେ। ସଖୀ ୱାନ ଷ୍ଟପ୍ କେନ୍ଦ୍ରର ଶ୍ରୀମତୀ ସୁନୀତା ବେହେରା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବିଷୟରେ ସୂଚନା ଦେଇଥିଲେ।ବର୍ତ୍ତମାନ ଜିଲ୍ଲାରେ ୧୦୦ ଦିନିଆ ବାଲ୍ୟ ବିବାହ ନିଷେଧ ଅଭିଯାନ ଚାଲୁଥିବା ରୁ ସମସ୍ତ ଯୋଗ ଦେଇଥିବା ଅଂଶ ଗ୍ରହନକାରୀଙ୍କୁ ନେଇ ବାଲ୍ୟ ବିବାହ ମୁକ୍ତ ଗଜପତି ଗଠନ ପାଇଁ ଏକ ଶପଥ ପାଠ କରାଯାଇଥିଲା। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ଯୁଷ୍ଟିସ କର୍ଣର୍ ର ସମ୍ପାଦକ ଶ୍ରୀ ଜଗନ୍ନାଥ ଚୌଧୁରୀ କାର୍ଯ୍ୟକ୍ରମ ପରିଚଳନା କରିଥିଲେ।

