ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ତାଟପେଟି ଗ୍ରାମର ଜଣେ ବ୍ୟକ୍ତିଙ୍କ ପୋଖରୀରେ ବୁଡି ମୃତ୍ୟୁ
ପାରଳାଖେମୁଣ୍ଡି:୬/୨(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକ ତାଟିପାଟି ଗ୍ରାମର ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ଗୋକାର୍ଲା ରାମାରାଓ (୫୭) ବର୍ଷ ବୋଲି ଜଣାପଡିଛି. ଗତକାଲି ସନ୍ଧ୍ୟା ସମୟରେ ପୋଖରୀକୁ ସ୍ନାନ ପାଇଁ ଯାଉଥୁବାର କହି ବାହାରିଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଓ ଗ୍ରାମବାସୀ ପୋଖରୀ ନିକଟକୁ ଯାଇ ଖୋଜାଖୋଜି କରିଥିଲେ । ଏଥିରେ ରାମାରାଓ ଭାସୁଥିବାର ଦେଖି ତୁରନ୍ତ ପାରଳାଖେମୁଣ୍ଡି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ପାରଳାଖେମୁଣ୍ଡି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଭାସମାନ ଅବସ୍ଥାରେ ରାମାରାଓଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଏହାପରେ ଶବଟିକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ମହାପ୍ରଣାୟ ଗାଡିରେ ପଠାଯାଇଥିଲା I ଆଜି ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ସତ୍କାର ପାଇଁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି. ମୃତ ରାମାରାଓ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର। ତେଣୁ ତାଙ୍କ ପରିବାର ବର୍ଗଙ୍କୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀମାନେ ନିବେଦନ କରିଛନ୍ତି.

