Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିନ୍ନରଙ୍କ ହତ୍ୟା ପ୍ରତିବାଦରେ ଗଜପତି ଜିଲ୍ଲା କିନର ସଙ୍ଗଠନ ପାରଳାଖେମୁଣ୍ଡି ଠାରେ ନିରବ ଶୋଭାଯାତ୍ରା ଓ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପ

କିନ୍ନରଙ୍କ ହତ୍ୟା ପ୍ରତିବାଦରେ ଗଜପତି ଜିଲ୍ଲା କିନର ସଙ୍ଗଠନ ପାରଳାଖେମୁଣ୍ଡି ଠାରେ ନିରବ ଶୋଭାଯାତ୍ରା ଓ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
ପାରଳାଖେମୁଣ୍ଡି:୬/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଫେବୃଆରୀ ପ୍ରଥମ ତାରିଖରେ ପିପିଲି ଥାନା ଅନ୍ତର୍ଗତ ସିଫା ଗେଟ୍‌ ନିକଟରେ ୩୧୬ ନମ୍ବର ଜାତୀୟ ରାଜପଥରେ ଜଣେ କିନ୍ନରଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ପ୍ରତିବାଦରେ ଏବଂ ମୃତକ କିନ୍ନରଙ୍କୁ ନ୍ୟାୟ ଦାବିରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ତୃତୀୟଲିଙ୍ଗି ସଂଗଠନ ପକ୍ଷରୁ ନିରବ ଶୋଭାଯାତ୍ରା ସହ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ମୃତ କିନ୍ନର ଅଞ୍ଚଳିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ହତ୍ୟା କରିଥିବା ଦୋଷୀଙ୍କ ବିରୁଦ୍ଧରେ କୋଠର ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତୃତୀୟଲିଙ୍ଗି ସଂଗଠନର ଜସ୍ମିନ ଶେଖଙ୍କ ସମେତ ବହୁ କିନ୍ନର ଓ ବିଭିନ୍ନ ସ୍ବେଚ୍ଛସେବୀ ସଂଗଠନର କର୍ମକର୍ତ୍ତା ଏବଂ ୱାନଷ୍ଟପ୍ କେନ୍ଦ୍ରର ମୋହିନୀ ପ୍ରଧାନ, ଏସଡବ୍ଲ୍ୟୁଡବ୍ଲ୍ୟୁଏସ୍ ର ପି.ସୁନୀତା, ପ୍ରଗତି ମହିଳା ସଂଗଠନର ତନୁଜା ଶତପଥି ପ୍ରମୁଖ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ପାରଳାଖମୁଣ୍ଡିଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁନୀଲ କାନ୍ତ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଅଭିଯୋଗ ଶୁଣାଣୀ କରିଥିଲେ। ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ-୬୦ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା-୪୯ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା – ୧୧ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର ପଟ୍ଟନାୟକ ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।