Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଜ୍ଜା ଖାଇବାକୁ ଯାଇ, ଦ୍ୱିତୀୟ ମହଲାରୁ ଡେଇଁଲେ ପ୍ରେମୀ ଯୁଗଳ

ଉତ୍ତରପ୍ରଦେଶ,୭।୧: ଉତ୍ତର ପ୍ରଦେଶର ଶାହଜାହାନପୁରରୁ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଏକ ପ୍ରେମୀ ଜୁଗଳ କେଫେକୁ ପିଜ୍ଜା ଖାଇବାକୁ ଯାଇ ଦ୍ଵିତୀୟ ମହଲାରୁ ଡେଇଁ ଚାଲିଯିବାକୁ ଉଦ୍ୟମ କରିଥଲେ।

ସୂଚନା ଅନୁସାରେ, ଏକ ସ୍ଥାନୀୟ ପିଜ୍ଜା କଫେରେ ବସି ପ୍ରେମୀ ଯୁଗଳ ଖାଦ୍ୟ ଅର୍ଡର୍ ପାଇଁ ଅପେକ୍ଷା କରୁଥିଲେ । ସେହି ସମୟରେ କିଛି ଯୁବକ ନିଜକୁ ହିନ୍ଦୁ ସଂଗଠନର ସଦସ୍ୟ ବୋଲି ପରିଚୟ ଦେଇ ସେମାନଙ୍କୁ ଘେରି ଧରିଥିବା ଅଭିଯୋଗ ହେଉଛି । ସେମାନେ ଯୁବ ଜୁଗଳଙ୍କୁ ଜାତି ପଚାରି ଚିହ୍ନ ପତ୍ର ଦେଖାଇବାକୁ ଦାବି କରିଥିଲେ ବୋଲି କୁହାଯାଉଛି । ଯୁଗଳ ଦୁହେଁ ହିନ୍ଦୁ ଓ ସାଧାରଣ ଭାବେ ଖାଦ୍ୟ ପାଇଁ ଆସିଥିବା କହିଲେ ମଧ୍ୟ ପରିସ୍ଥିତି ଶାନ୍ତ ହୋଇନଥିଲା । ଅଭିଯୋଗ ଅନୁସାରେ ସେମାନଙ୍କ ଭିଡିଓ କରାଯାଇ ଅସଭ୍ୟ ବ୍ୟବହାର କରାଯାଇଥିଲା । ଯାହା ଫଳରେ ଭୟଭୀତ ପ୍ରେମୀ ଯୁଗଳ ରେଷ୍ଟୁରାଣ୍ଟର ଦ୍ୱିତୀୟ ମହଲାରୁ ଡେଇଁ ଚାଲିଯିବାକୁ ବାଧ୍ୟ ହୋଇଥିଲେ । ପୋଲିସ କହିଛି ଯେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ଚର୍ଚ୍ଚା ଜୋରଦାର ହୋଇଛି । ପ୍ରେମିକ-ପ୍ରେମିକାଙ୍କ ସୁରକ୍ଷା ଓ ନିଜସ୍ୱତା ନେଇ ପୁନର୍ବାର ପ୍ରଶ୍ନ ଉଠିଛି । ସାଧାରଣ ଜୀବନରେ ଏପରି ଘଟଣା କେତେ ଦୂର ପର୍ଯ୍ୟନ୍ତ ଯୁକ୍ତିସଙ୍ଗତ, ସେଥିପାଇଁ ଆଲୋଚନା ଆରମ୍ଭ ହୋଇଛି । ଘଟଣା ପରେ ସ୍ଥାନୀୟ ପ୍ରଶାସନ ଶାନ୍ତି ଓ କାନୁନ-ଶୃଙ୍ଖଳା ରକ୍ଷାରେ ଜୋର ଦେଇଛି । ତଦନ୍ତରେ କଣ ସତ୍ୟ ସାମ୍ନାକୁ ଆସିବ, ତାହାପ୍ରତି ସଭିଙ୍କ ନଜର ରହିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ