Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ତନେୟା ନଦୀକୁ ଡେଇଁ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଛାତ୍ରୀ ଗୁରୁତର

ପାରଳାଖେମୁଣ୍ଡି:୧୦/୨(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ମହେନ୍ଦ୍ରତନୟା ନଦୀ ବ୍ରିଜ୍ ଉପରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ ଆଜି ଅପରାହ୍ନ ପ୍ରାୟ ୪.୩୦ ସମୟରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଜଣେ ନବମ ଶ୍ରେଣୀ ଛାତ୍ରୀ ତଥା ୧୨ ବର୍ଷିୟ ନାବାଳିକା ଜଣକ ସ୍କୁଲ ପୋଷାକ ପିନ୍ଧି ନିଜ ସାଇକେଲ ଯୋଗେ ବ୍ରିଜ୍ ଉପରକୁ ଯାଇଥିଲେ । ସାଇକେଲଟିକୁ ବ୍ରିଜ୍ ଉପରେ ରଖି ନଦୀଗର୍ଭକୁ ଲମ୍ଫ ମାରିଥିଲେ । ଏପରି ଦୃଶ୍ୟ ଦେଖି ବ୍ରିଜକୁ ଲାଗିଥିବା ଆନ୍ଧ୍ର ପୁରୁଣାପାଟଣାର କିଛି ପଥଚାରୀ ତୁରନ୍ତ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇଥିଲେ । ତେବେ ନଦୀର ପାଣିକୁ ଜନସ୍ବାସ୍ଥ୍ୟ ବିଭାଗ ଅଟକାଇ ରଖିଥିବାରୁ ନଦୀଗର୍ଭ ଶୁଖିଲା ରହିଥିଲା । ଇତିମଧ୍ୟରେ ଛାତ୍ରୀ ଜଣକ ଏକ ବସ୍ତା ଉପରେ ପଡିଯାଇଥିଲେ । ଫଳରେ ଗୁରୁତର ଭାବେ ଆଘାତ ଲାଗିଥିଲା । ଛାତ୍ରୀଙ୍କୁ ପଥଚାରୀଙ୍କ ସମେତ ନିକଟରେ ଥିବା ଆନ୍ଧ୍ର ପୋଲିସ କର୍ମଚାରୀ ପହଞ୍ଚି ଏକ ଅଟୋ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଛାତ୍ରୀ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କ ଗୋଡ ଭାଙ୍ଗିଯାଇଥିବା କୁହାଯାଉଛି । ଖବର ପାଇ ଛାତ୍ରୀଙ୍କ ମା, ବାପା ଓ ସ୍କୁଲ କର୍ତ୍ତୃପକ୍ଷର ପହଞ୍ଚିଛନ୍ତି । ତେବେ ନାବାଳିକା ଜଣକ କାହିଁକି କେଉଁ ମାନସିକ ଅବସ୍ଥାରେ ଏପରି କରିଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁଅନ୍ୟପକ୍ଷରେ ନାବାଳିକା ଜଣକ ଯେଉଁ ସ୍ଥାନରେ ପଡିଥିଲେ ସେହି ସ୍ଥାନଟି ସିମେଣ୍ଟ ଚଟାଣ ରହିଥିବା ସହ ଜଳ ସ୍ରୋତ ନଥିଲା । ଏହା ସହ ସେହି ସ୍ଥାନରେ କୁକୁରଟିଏ ମରିବା ପରେ ବସ୍ତାରେ ବାନ୍ଧି ପକାଯାଇଥିଲା । ଯେଉଁ ଉପରେ ନାବାଳିକା ଜଣକ ପଡିଯାଇଥିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିବାର ସର୍ବସାଧାରଣରେ ଆଲୋଚନା ହେବା ସହ ରଖେ ହରି ତ ମାରେ କିଏ ବୋଲି ଚର୍ଚ୍ଚା ହେଉଛି । ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l