Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୦/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକାରଣ(ଡିଏଲଏସଏ) ପକ୍ଷରୁ ଆଜି ପାରଳାଖେମୁଣ୍ଡି ସିଭିଲ କୋର୍ଟ ସମ୍ମିଳନୀ କକ୍ଷରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା, ମୋଟର ଦୁର୍ଘଟଣା ମାମଲା (ଏମଏସିଟି) ଓ ମୋଟର ଯାନ ଆଇନ ସମ୍ବନ୍ଧୀୟ ବିଷୟ, ସଂଶୋଧିତ ଦାବି ଟ୍ରିବ୍ୟୁନାଲ ସହମତି ପ୍ରକ୍ରିୟା (ଏମସିଟିଏପି) ଉପରେ ଆଲୋଚନା କରାଯାଇଥିଲା। ସେହିପରି ବିକଳ୍ପ ବିବାଦ ସମାଧାନ ପ୍ରଣାଳୀ ଅନ୍ତର୍ଗତ ସ୍ଥାୟୀ ଲୋକ ଅଦାଲତ (ପିଏଲଏ)ର ସ୍ଥାପନ, କାର୍ଯ୍ୟ ପ୍ରଣାଳୀ, ପିଏଲଏ ଦ୍ୱାରା ଗ୍ରହଣୀୟ ବିବାଦ ଓ ଆଇନ ସେବା କର୍ତ୍ତୃପକ୍ଷ ଆଇନ, ୧୯୮୭ର ଅଧ୍ୟାୟ-ଭିଏ ଅନୁସାରେ ମିଳୁଥିବା ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।ଏହାସହ ସୁଖଦେବ @ ପହଲୱାନ ବନାମ ଦିଲ୍ଲୀ ରାଜ୍ୟ (ଏନସିଟି) ଓ ଅନ୍ୟାନ୍ୟ ମାମଲା (ଅପରାଧିକ ଅପିଲ ସଂଖ୍ୟା–୩୨୭୧/୨୦୨୫) ସମ୍ପର୍କିତ ମହତ୍ୱପୂର୍ଣ୍ଣ ରାୟ ଉପରେ ମଧ୍ୟ ଆଲୋଚନା କରାଯାଇ ଉପସ୍ଥିତ ଲୋକମାନଙ୍କୁ ଆଇନ ଜ୍ଞାନ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଜଜ ଏବଂ ଅଧକ୍ଷ ଦିସା ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ୍ ସେସେନେସ ସେପିସିଆଲ କୋର୍ଟ, ପାରଳାଖେମୁଣ୍ଡି ଶ୍ରୀ ସତ୍ୟନାରାୟଣ ପାତ୍ର, ମୁଖ୍ୟ ନ୍ୟାୟିକ ମ୍ୟାଜିଷ୍ଟ୍ରେଟ ଶ୍ରୀ ନରୋତ୍ତମ ସେଠୀ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା, ଡିଏଲଏସଏ ସଚିବ ଶ୍ରୀ ବିମଳ ରାଉଲ, ମହିଳା ଅଦାଲତର ସିଭିଲ ଜଜ (ସିନିଅର ଡିଭିଜନ) ଶ୍ରୀମତୀ ରସ୍ମିତା ସାହୁ, ଏସଡିଜେଏମ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ, ଜେଏମଏଫସି ଶ୍ରୀ ସତ୍ୟଜିତ ପାଣି, ପ୍ରୋବେସନ ସିଭିଲ ଜଜ କୁମାରୀ ଅଭିପ୍ସା ମହାକୁଡ଼ ଓ ପାରଳାଖେମୁଣ୍ଡି ବାର ଆସୋସିଏସନ ସଚିବ ଶ୍ରୀ ଏମ. ପୃଥିବୀରାଜ ଉପସ୍ଥିତ ଥିଲେ।ଏଥିସହିତ ବରିଷ୍ଠ ଅଧିବକ୍ତା ଶ୍ରୀ ହୀରାଚନ୍ଦ ଓ ଆଇ ଆଇ ସି ଟ୍ରାଫିକ ପୋଲିସ୍ ପାରଳାଖେମୁଣ୍ଡି ଶ୍ରୀ ବାଲ୍ମୀକି ପ୍ରଧାନ ମଧ୍ୟ ଉପସ୍ଥିତ ରହି ଲୋକମାନଙ୍କୁ ଆଇନ ସଚେତନତା ବିଷୟରେ ସମ୍ବୋଧନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସିଭିଲ କୋର୍ଟର ସମସ୍ତ କର୍ମଚାରୀ, ପାରଳାଖେମୁଣ୍ଡି ବାର ସଦସ୍ୟ ଓ ଟ୍ରାଫିକ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ସଚେତନତା କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l