Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ବ୍ଲକ କେ.ସିତାପୁର ଗ୍ରାମ ସ୍ଥିତ କର୍କଟ ରୋଗୀ ଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ମାଗଣା ଓ ନିଜ ଖର୍ଚ୍ଚରେ କରିବେ ବିଧାୟକ ରୁପେଶ୍ ପାଣିଗ୍ରାହୀଙ୍କ ପ୍ରତିଶ୍ରୁତି

ପାରଳାଖେମୁଣ୍ଡି:୧୫/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମପଞ୍ଚାୟତର କାଶୀନଗର ବ୍ଲକର ସୀତାପୁର ଗ୍ରାମରେ ରହୁଥିବା ଜି. କୃଷ୍ଣଙ୍କର ଦୁଇଟି ସନ୍ତାନ ରହିଛି। ତାଙ୍କର ପରିବାର ବହୁତ ବଡ଼ କିନ୍ତୁ ଛୋଟିଆ ଫଳ ଦୋକାନ ଟି ରହିଛି, ସେଇଥିରେ ତାଙ୍କ ପରିବାର ପଷଣ ହେଉଛି। ତାଙ୍କୁ କର୍କଟ ରୋଗ ହୋଇଛି। ପୂର୍ବ ସରକାର ଦେଇଥିବାBSKY କାର୍ଡରେ ତାଙ୍କୁ ଦୁଇ ମାସ ଧରି ଚିକିତ୍ସା କରାଯାଇଥିଲା। ତାଙ୍କ ପରେ ଆସିଥିବା ବିଜେପି ସରକାର ସେହି କାର୍ଡକୁ ରଦ୍ଦ କରିଦେଇଥିଲା। ଦୁଇ ବର୍ଷ ବିତିଗଲାଣି। ଏପର୍ଯ୍ୟନ୍ତ ତାଙ୍କୁ ନୂତନ କାର୍ଡ ଦିଆଯାଇନାହିଁ। ତାଙ୍କ ପକ୍ଷରୁ ସୀତାପୁର ସରପଞ୍ଚ କେ ତେଜେଶ୍ୱର୍ ରାଓ ଅନେକ ଥର କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ସରକାରଙ୍କ ପକ୍ଷରୁ ଏପରି କୌଣସି ସାହାଯ୍ୟ ମିଳିନାହିଁ। କିଛିଦିନ ପୂର୍ବେ ସ୍ୱାସ୍ଥ୍ୟମନ୍ତ୍ରୀ ଆମ ଗଜପତି ଜିଲ୍ଲାକୁ ଆସିଥିଲେ। ପରିବାର ଏହା ଜାଣିବା ପରେ କର୍ତ୍ତୃପକ୍ଷ ତାଙ୍କୁ ସେମାନଙ୍କୁ ଭେଟିବାକୁ ମଧ୍ୟ ବାରଣ କରିଥିଲେ। କାରଣ ଆମ ଜିଲ୍ଲାର ଅନେକ ଗରିବ ପରିବାର ରହିଛି ଯେଉଁମାନଙ୍କରଆୟୁଷ୍ମାନ ଭାରତ କାର୍ଡ ନାହିଁ, ସେମାନେ ଚିକିତ୍ସା ଆବଶ୍ୟକତା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କର୍କଟ ରୋଗୀ ଙ୍କ ଅସୁବିଧା ନେଇ ଏକ ଚ୍ୟାନେଲ ରେ ଦେଖି ବିଧାୟକ ରୁପେଶ ପାଣିଗ୍ରାହୀ ତାଙ୍କ ବାସ ଭବନ କୁ ଯାଇ ଦେଖିଥିଲେ , ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ଦେବା ସହ ତାଙ୍କର ସମସ୍ତ ଚିକିତ୍ସ ମାଗଣା ରେ ହାଇଟେକ୍ ମେଡିକାଲ୍ କଲେଜ ରେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ପରିବାର ବର୍ଗକୁ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ପାରଳାଖମୁଣ୍ଡିଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁନୀଲ କାନ୍ତ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଅଭିଯୋଗ ଶୁଣାଣୀ କରିଥିଲେ। ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ-୬୦ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା-୪୯ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା – ୧୧ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର ପଟ୍ଟନାୟକ ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।